ଏସସିବି ନର୍ସିଂ କଲେଜ ବନ୍ଦ

କଟକ:  ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା।  ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି ।  ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି ।  ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା  ଏସସିବି  ମେଡିକାଲ ନର୍ସିଂ କଲେଜକୁ ଅନ୍ୟାଦେଶ ଯାଏଁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି  । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏସିଏସଙ୍କ ନିର୍ଦ୍ଦେଶରେ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।

Related Articles

Leave a Reply

Your email address will not be published.

Back to top button