ଏଭରେଷ୍ଟରେ ୧୭ ପର୍ବତାରୋହୀ କୋରୋନା ଆକ୍ରାନ୍ତ

କାଠମାଣ୍ଡୁ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କୋରୋନା ଭୂତାଣୁ ଏବେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟରେ ବି ପହଞ୍ଚିଯ଼ାଇଛି । ଏଭରେଷ୍ଟ ଆରୋହଣ କରୁଥିବା ପ୍ରାୟ ୧୭ ଜଣ ପର୍ବତାରୋହୀ କୋରୋନା ସଂକ୍ରମିତ ଥିବା ବିବିସି ରିପୋର୍ଟରୁ ଜଣାପଡ଼ିଛି। ସେମାନଙ୍କୁ କାଠମାଣ୍ଡୁର ଏକ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯ଼ାଇଛି। ସେହିପରି ବେସ କ୍ୟାମ୍ପରୁ ଫେରିଥିବା କେତେକ ପର୍ବତାରୋହୀ ମଧ୍ୟ ପଜିଟିଭ ବାହାରିଛନ୍ତି। ଫଳରେ ବେସ କ୍ୟାମ୍ପରେ ସଂକ୍ରମଣ ବ୍ୟାପୁଥିବା ସନ୍ଦେହ କରାଯ଼ାଉଛି। ତେବେ ନେପାଳ ସରକାର ଏ ସମ୍ପର୍କରେ ଏପର୍ୟ଼୍ୟନ୍ତ ସରକାରୀ ଭାବେ କୌଣସି ଘୋଷଣା କରିନାହାନ୍ତି। ଏହା ସ୍ବୀକାର କରିବା ପରେ ନେପାଳକୁ ପର୍ୟ଼୍ୟଟକ କମିବା ଆଶଙ୍କାରେ ନେପାଳ ସରକାର ଚୁପ ରହୁଥିବା ସନ୍ଦେହ କରାଯ଼ାଉଛି। କାରଣ ନେପାଳ ଆୟ କରୁଥିବା ବୈଦେଶିକ ମୁଦ୍ରାର ଏକ ବଡ଼ ଭାଗ ଏଭରେଷ୍ଟ ଚଢିବାକୁ ଆସୁଥିବା ପର୍ବତାରୋହୀମାନଙ୍କଠାରୁ ମିଳିଥାଏ। ଗତ ବର୍ଷ କୋରୋନା ସଂକ୍ରମଣ ବ୍ୟାପିବା ପରେ ଏଭରେଷ୍ଟକୁ ବନ୍ଦ କରିଦିଆଯ଼ାଇଥିଲା। ଫଳରେ ନେପାଳ ବିପୁଳ ପରିମାଣରେ ବୈଦେଶିକ ମୁଦ୍ରା ହରାଇଥିଲା। ଏ ବର୍ଷ ପୁଣି କୋରୋନା ବ୍ୟାପିଲେ ନେପାଳ ଆହୁରି କ୍ଷତି ସହିବାର ଆଶଙ୍କା ରହିଛି।

Related Articles

Leave a Reply

Your email address will not be published.

Back to top button