ଏପ୍ରିଲରୁ ବଢ଼ିବ ଔଷଧର ଦାମ୍

ମୁମ୍ବାଇ: ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ଔଷଧର ଦାମ୍ ଆସନ୍ତା ଏପ୍ରିଲରୁ କିଛିଟା ମହଙ୍ଗା ହୋଇଯିବ । ଏହି ଅତ୍ୟାବଶ୍ୟକ ଔଷଧ ମଧ୍ୟରେ ଯନ୍ତ୍ରଣା ଉପଶମକାରୀ ଔଷଧ, ସଂକ୍ରମଣ ବିରୋଧୀ ଔଷଧ, ହୃଦରୋଗ ସଂକ୍ରାନ୍ତ ଔଷଧ ଓ ଆଣ୍ଟି ବାୟୋଟିକ ଆଦି ରହିଛି । ବାର୍ଷିକ ପାଇକାରୀ ମୁଦ୍ରାସ୍ଫୀତି ଆଧାରରେ ସରକାର ଔଷଧ ନିର୍ମାତାମାନଙ୍କୁ ଦାମ୍ ବଢ଼ାଇବାକୁ ଅନୁମତି ଦେଇଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ୨୦୨୦ ମସିହା ମାର୍ଚ୍ଚ ପାଇଁ ଦେଶର ବାର୍ଷିକ ପାଇକାରୀ ମୁଦ୍ରାସ୍ଫୀତି ୦.୫ ପ୍ରତିଶତ ରହିଥିବା ବିଜ୍ଞପ୍ତି ଜାରି ହୋଇଛି ବୋଲି ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନପିପିଏ) ପକ୍ଷରୁ କୁହାଯାଇଛି ।

ତାଲିକାଭୁକ୍ତ ଔଷଧ ଗୁଡ଼ିକର ଦାମ ବୃଦ୍ଧି ପ୍ରତିବର୍ଷ ପାଇକାରୀ ମୁଦ୍ରାସ୍ଫୀତି ଆଧାରରେ ସରକାର କମ୍ପାନୀଗୁଡ଼ିକୁ ଅନୁମତି ଦେଇଥାନ୍ତି । ତେବେ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଓ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି କାରଣରୁ କମ୍ପାନୀ ଗୁଡ଼ିକ ଔଷଧ ଦାମରେ ପାଖାପାଖି ୧୫ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଚାହୁଥିଲେ ।

Related Articles

Leave a Reply

Your email address will not be published.

Back to top button