ଏନଆଇଟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି

ରାଉରକେଲା : ଏନଆଇଟ  ରାଉରକେଲାର ୧୮ତମ ସମାବର୍ତ୍ତନ ଉତ୍ସବରେ  ଯୋଗ ଦେଇଛନ୍ତି  ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସେଲ ଅଧ୍ୟକ୍ଷା ସୋମା ମଣ୍ଡଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ଏହି ଅବସରରେ ଏନଆଇଟିରେ ୩ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଶିଳ୍ପ କ୍ଷେତ୍ରରେ କୁମାର ମଙ୍ଗଲମ୍ ବିର୍ଲାଙ୍କୁ ସମ୍ମାନସୂଚକ ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ଭାରତୀୟ ପ୍ରସାସନିକ କ୍ଷେତ୍ରରେ ପ୍ରମୋଦ ମିଶ୍ରଙ୍କୁ, ଓ ସାହିତ୍ୟ କ୍ଷେତ୍ରରେ ସୀତାକାନ୍ତ ମହାପାତ୍ରଙ୍କୁ ସମ୍ମାନସୂଚକ ଡିଗ୍ରୀ ପ୍ରଦାନ କରାଯାଇଛି। ଆଜି ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏନଆଇଟ ସମାବର୍ତନ ଉତ୍ସବରେ ରାଷ୍ଟ୍ରପତି ତାଙ୍କର ଦୀକ୍ଷାନ୍ତ ଭାଷଣ ଦେଇଛନ୍ତି । ଓଡିଶା ଉଭୟ ସାଂସ୍କୃତିକ ଓ ଐତିହାସିକ କ୍ଷେତ୍ରରେ ବେଶ ସମୃଦ୍ଧ ।

କୋଣାର୍କ ସୂର୍ଯ୍ୟମନ୍ଦିର କଳା ଓ ବିଜ୍ଞାନର ଉତ୍କୃଷ୍ଟ ନିର୍ଦଶନ  । ଦେଶ ସ୍ୱାଧୀନରେ ଓଡିଶାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା  । ଦୀକ୍ଷାନ୍ତ ସମାରୋହରେ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ପରାମର୍ଶ ମଧ୍ୟ ଦେଇଛନ୍ତି  । ବିନା କୌଣସି ଚାପରେ ଆପଣଙ୍କୁ ନିଷ୍ପତି ନେବାକୁ ହେବ । ଏନଆଇଟି ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଅନେକ ଅବଦାନ ରହିଛି । ସ୍ନାତକ ଛାତ୍ର ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ  । ଡାକ୍ତରୀ ବିଜ୍ଞାନରେ ମହିଳାଙ୍କ ଭୂମିକା ଉଲ୍ଲେଖନୀୟ । ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାଙ୍କୁ ଆହୁରି ମଜବୁତ କରିବାକୁ ପଡ଼ିବ । ଭାରତରେ ଜ୍ଞାନକୁ କେନ୍ଦ୍ର କରିବା ନୂଆ ଶିକ୍ଷା ନୀତିର ଉଦ୍ଦେଶ୍ୟ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button