ଏଥର ମୌସୁମୀ ସ୍ୱାଭାବିକ

ଭୁବନେଶ୍ୱର:  ଚଳିତ ଥର ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଚଳିତ ଥର ଦେଶରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହୋଇପାରେ । ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି । ଦେଶର ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଭାଗରେ ମୌସୁମୀ ସ୍ୱାଭାବିକ ରହିବ । ତେବେ କେନ୍ଦ୍ରାଞ୍ଚଳ ମୁଖ୍ୟତଃ ମଧ୍ୟପ୍ରଦେଶ, ମହାରାଷ୍ଟ୍ରର କିଛି ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ। ତାଛଡ଼ା ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଆସାମ, ଅରୁଣାଚଳପ୍ରଦେଶ ଗୁଡ଼ିକରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍ ହୋଇପାରେ ବୋଲି ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ କେରଳ ଉପକୂଳରେ ଛୁଇଁବ । ଏବେ ମୌସୁମୀ ଶ୍ରୀଲଙ୍କାରେ ପହଞ୍ଚିଛି। କେରଳ ପହଞ୍ଚିବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ମୌସୁମୀ ପହଞ୍ଚି ଥାଏ । ତେବେ ସଠିକ୍ ତାରିଖ ସମ୍ପର୍କରେ ଆସନ୍ତା କିଛି ଦିନରେ ଜଣାପଡ଼ିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି । ଜୁନରେ ରାଜ୍ୟରେ ସ୍ୱାଭାବିକ ଓ ତାଠାରୁ ଅଧିକ ବର୍ଷା ହେବା ନେଇ ଆକଳନ ହୋଇଛି।

Related Articles

Leave a Reply

Your email address will not be published.

Back to top button