ଇ-ପରୀକ୍ଷା ପୋର୍ଟାଲ୍ ଲଞ୍ଚ କଲା ସିବିଏସଇ

ଭୁବନେଶ୍ୱର: ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଇଁ, ସିବିଏସଇ ଇ-ପରୀକ୍ଷା ପୋର୍ଟାଲ୍ ଲଞ୍ଚ କରିଛି। ଏହା ଦ୍ଵାରା ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀର ବିଦ୍ୟାର୍ଥୀମାନେ ଉପକୃତ ହେବେ। ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ୟୁଜର ଆଇଡି ଦିଆଯିବ ଯଦ୍ଵାରା ସେମାନେ ରେଜିଷ୍ଟର କରିବେ। ନିଜର ୟୁଜର ଆଇଡି, ପାସଓ୍ୱାର୍ଡ ଏବଂ ସିକ୍ୟୁରିଟି ପିନ୍ ଜରିଆରେ ପରୀକ୍ଷାର୍ଥୀମାନେ ପୋର୍ଟାଲର ସୁବିଧା ପାଇପାରିବେ। ପରୀକ୍ଷା ତାରିଖ ସିଟ୍, ପରୀକ୍ଷା କେନ୍ଦ୍ର ଏବଂ ଅଭିଯୋଗ ସମାଧାନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବାକୁ ପୋର୍ଟାଲ୍ ଏକ ପ୍ଲାଟଫର୍ମ ହେବ ବୋଲି କୁହାଯାଉଛି।

ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ସିବିଏସ୍ଇ ବୋର୍ଡ ପରୀକ୍ଷା ଆସନ୍ତା ୪ ତାରିଖରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ପରୀକ୍ଷା ଜୁନ୍ ୭ ରେ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୧ ଜୁନ୍ ରେ ଶେଷ ହେବ।

Related Articles

Leave a Reply

Your email address will not be published.

Back to top button