ଆସୁଛି ବାତ୍ୟା, ମେ’ ୧୬ରେ ମାଡ ହେବ
ନୂଆଦିଲ୍ଲୀ : ଗୋଟିଏ ପଟେ କରୋନା ସହ ଦେଶ ଲଢୁଥିବାବେଳେ ଅପରପକ୍ଷରେ ଚଳିତ ସପ୍ତାହରେ ବାତ୍ୟା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯାଇଛି । ବିଭାଗର ଆକଳନ ଅନୁଯାୟୀ, ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟିହୋଇଛି । ମେ’ ୧୬ ବେଳକୁ ତାହା ବାତ୍ୟାର ରୂପ ନେବାର ଆଶଙ୍କା ରହିଛି । ୨୦୨୧ର ପ୍ରଥମ ବାତ୍ୟା ସଂକ୍ରାନ୍ତରେ ଆକଳନ କରାଯାଇଛି । ବାତ୍ୟାର ରୂପ ନେଲେ ଏହାର ନାମ ରହିବ ତଉକତେ । ମିଆମାର ଏହାର ନାମକରଣ କରିଛି । ହାର ପ୍ରଭାବରେ ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଆସନ୍ତା ମେ’ ୧୪ରେ ଦକ୍ଷିଣ ପୂର୍ବ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ଉତର ଉତରପଶ୍ଚିମ ଦିଗରେ ଗତି କରି ଲାକ୍ଷାଦ୍ୱୀପ ଅଂଚଳ ଆଡକୁ ଯିବ । ମେ’ ୧୬ରେ ଏହା ବାତ୍ୟାର ରୂପ ନେବବୋଲି ଆକଳନ କରାଯାଇଛି । ଏହାର ପ୍ରଭାବରେ ଗୋଆ ଓ ମହାରାଷ୍ଟ୍ରରେ ସମୁଦ୍ର ଅଶାନ୍ତ ରହିବ । କେରଳ, ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର କେତେକ ଅଂଚଳରେ ୪୦ରୁ ୫୦ କମିି ବେଗରେ ପବନ ବହିବାର ଥିବାବେଳେ ୧ ମିଟର ଉଚ୍ଚତାର ଜୁଆର ଉଠିବାର ସମ୍ଭାବନା ରହିଛି ।