ଆଜି ରୋହିତ ବନାମ କୋହଲି ଲଢେ଼ଇ

ଚେନ୍ନାଇ : ଆଜିଠାରୁ ଚେନ୍ନାଇରେ ଆଇପିଏଲ ମହାକୁମ୍ଭର ଉଦଘାଟନୀ ମୁକାବିଲା ଅନୁଷ୍ଠିତ ହେବ  । ଗତ ସଂସ୍କରଣର ଚମ୍ପିଆନ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସହ ମଇଦାନରେ ଲଢେ଼ଇ କରିବ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  । ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଚମ୍ପିଆନ ହୋଇଥିବାବେଳେ ଆରସିବି ଥରେ ବି ଚମ୍ପିଆନ ହୋଇପାରିନାହିଁ  । ଏଯାବତ ଆଇପିଏଲ ଇତିହାସରେ ମୁମ୍ବାଇ ଓ ଆରସିବି ୨୭ ଥର ମୁହାଁମୁହିଁ ହୋଇଥିବାବେଳେ ମୁମ୍ବାଇ ୧୭ ଥର ଓ ଆରସିବି ୧୦ ଥର ବିଜୟୀ ହୋଇପାରିଛି  ।

ଚଳିତ ସଂସ୍କରଣରେ ପୂର୍ବଭଳି ୮ଟି ଦଳ ଖେଳିବେ  । ମେ’ ୩୦ ପର୍ଯ୍ୟନ୍ତ ଆଇପିଏଲ ଖେଳ ଜାରିରହିବ  । ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦ, ବେଙ୍ଗାଲୁର, କୋଲକାତା ଓ ମୁମ୍ବାଇରେ ୬୦ଟି ମ୍ୟାଚ ଖେଳାଯିବ  । ଚମ୍ପିଆନ ଦଳକୁ ୧୦ କୋଟି, ରନର୍ସ ଅପକୁ ୬.୨୫ କୋଟି, ତୃତୀୟ ଓ ଚତୁର୍ଥ ଦଳକୁ ୪.୩୭୫ କୋଟି ଟଙ୍କା ପୁରସ୍କାର ମିଳିବ  ।

Related Articles

Leave a Reply

Your email address will not be published.

Back to top button