ଆଜିଠୁ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ, କୋଭିଡ୍‌ ଗାଇଡ୍‌ଲାଇନ୍‌ ତଦାରଖ କରିବ ପୋଲିସ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବାକୁ ଆଜିଠୁ ସମଗ୍ର ରାଜ୍ୟରେ ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍। ମାସ୍କ ଓ ସାମାଜିକ ଦୂରତା କଡାକଡି ସହ ସଚେଚନ ମଧ୍ୟ କରାଯିବ । ଗତକାଲି ରାଜ୍ୟରେ ବିଗୁଡୁଥିବା କରୋନାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍ ଆଜିଠୁ ଆରମ୍ଭ ପାଇଁ ପୋଲିସ ଡିଜିଙ୍କ ଟ୍ବିଟ୍‌ କରି କହିଛନ୍ତି । ତେବେ ଆଜିଠୁ ପୋଲିସର ୧୦ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ ହେବ ।  ୧୬ ତାରିଖ ଯାଏଁ ଏହି ସ୍ପେଶାଲ ଡ୍ରାଇଭ ଚାଲିବ ।  କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ନେଇ ତଦାରଖ କରିବ ପୋଲିସ । ସମସ୍ତଙ୍କୁ ନିୟମ ମାନିବାକୁ ପୋଲିସ ଡିଜି ଅନୁରୋଧ କରିଛନ୍ତି । ପଡୋଶୀ ରାଜ୍ୟରୁ ସଂକ୍ରମଣ ବଢୁଥିବାରୁ ପଶ୍ଚିମ ଓଡିଶା ଫୋକସରେ ରହିଛି । ଏହି ସ୍ପେଶାଲ ଡ୍ରାଇଭ ଚଲାଇବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ନିୟମକୁ କଡାକଡି ପାଳନ ପାଇଁ ରାଜ୍ୟରେ ଅଧିକ ପୋଲିସ ମୁତୟନ କରି ୧୦ ଦିନ ବ୍ୟାପି ସମଗ୍ର ରାଜ୍ୟରେ ସ୍ପେସାଲ ଡ୍ରାଇଭ ଚଲାଇବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ଓ ସାନିଟାଇଜର ବ୍ୟବହାର ନେଇ ସଚେତନ କରାଯିବ । ଆବଶ୍ୟକ ପଡିଲେ କଡା ପଦକ୍ଷେପ ନିଆଯିବ ।

Related Articles

Leave a Reply

Your email address will not be published.

Back to top button