ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ବର:  ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ପ୍ରତିଦିନ କରୋନା ଗ୍ରାଫ ଉପରମୁହାଁ ହେବାରେ ଲାଗିଛି।ଯାହାକି ଚିନ୍ତାଜନକ। ଏଥିରେ ସଂକ୍ରମଣରେ ରୋକ ଲଗାଇବା ପାଇ ରାଜ୍ୟ ସରକାର ନାଇଟ କର୍ଫ୍ୟୁ ସହ ଅନେକ କଟକଣା ଲଗାଇଛନ୍ତି। ତେବେ କୋଭିଡ୍ ସଂକ୍ରମଣରେ ବ୍ରେକ୍ ଦେବାକୁ ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ କରାଯାଇଛି। ଫଳରେ ଅନ୍ୟ ରାଜ୍ୟକୁ ଯା’ଆସ କରୁଥିବା ସମସ୍ତ ବସ୍ ସେବା ବନ୍ଦ ରହିବ ।ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ମୁତାବକ ଆନ୍ତଃରାଜ୍ୟ ବସ୍ ସେବାକୁ ବନ୍ଦ କରାଯାଇଛି । ହେଲେ ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚାଲୁ ରହିବ । କରୋନା କଟକଣା କଡ଼ାକଡ଼ି ପାଳନ କରାଯିବା ସହ ଯାତ୍ରୀମାନେ କେବଳ ସିଟିଂରେ ହିଁ ଯାଇପାରିବେ । ଅଟୋ, ଟ୍ୟାକ୍ସିରେ କେବଳ ୨ ଜଣ ଯାତ୍ରୀ ଯିବାକୁ ଅନୁମତି ରହିଛି । ତେବେ ରାଜ୍ୟ ଭିତରେ ବା ବାହାରୁ ପରିବହନ ଯାନ ଉପରେ କୌଣସି କଟକଣା ଲାଗୁ ହୋଇନାହିଁ ।

Related Articles

Leave a Reply

Your email address will not be published.

Back to top button