ଆଜିଠାରୁ ଦିନିକିଆ ସିରିଜ

ଇନିଂସ ଓପନ କରିବେ ରୋହିତ-ଧୱନ

ପୁଣେ: ମଙ୍ଗଳବାର ଠାରୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜ ପାଇଁ ଦୁଇ ଦଳ ନେଟ ପ୍ରାକ୍ଟିସ ଶେଷ କରିଛନ୍ତି। ମ୍ୟାଚ ପୂର୍ବବର୍ତ୍ତୀ ପ୍ରେସ କନଫରେନ୍ସରେ ଅଧିନାୟକ ବିରାଟ କୋହଲି ଭାରତୀୟ ଚୂଡ଼ାନ୍ତ ଏକାଦଶ ନେଇ ସ୍ପଷ୍ଟ କରି ନାହାନ୍ତି। ମାତ୍ର ଓପନିଂକୁ ନେଇ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ରୋହିତ ଶର୍ମାଙ୍କ ସହ ଶିଖର ଧୱନ ହିଁ ଇନିଂସ ଓପନ କରିବେ। ଏହି ଓପନିଂ ଯୋଡ଼ି ଏଯାବତ ଶ୍ରେଷ୍ଠ ପ୍ରଦର୍ଶନ କରି ଆସିଛନ୍ତି। ତେଣୁ ଆମେ ପ୍ରଥମ ପସନ୍ଦର ଦିନିକିଆ ଯୋଡ଼ିକୁ ନେଇ ଇନିଂସ ଓପନ କରିବାକୁ ନିଷ୍ପତ୍ତି ନେଇଛୁ। ଏଠାରେ ସୂଚନାଯୋଗ୍ୟ ଯେ ରୋହିତ ଶର୍ମା ଦୀର୍ଘ ୧୪ ମାସ ବ୍ୟବଧାନ ପରେ ଦିନିକିଆକୁ ଫେରି ଇନିଂସ ଓପନ କରିବେ। ସେହିପରି ଟି-୨୦ ଦଳରେ ଥାଇ ମ୍ୟାଚ ଖେଳି ନ ଥିବା ଶିଖର ଧୱନଙ୍କୁ ମଧ୍ୟ ସୁଯୋଗ ଦେବା ନେଇ ଆପାତତଃ ସ୍ଥିର କରାଯାଇଛି।

ଫର୍ମ ପାଇଁ ସଂଘର୍ଷ କରୁଥିବା ଲୋକେଶ ରାହୁଲଙ୍କୁ ସମର୍ଥନ କରି କୋହଲି କହିଛନ୍ତି ଏପରି ସମୟ ସବୁ ଖେଳାଳିଙ୍କ ପାଇଁ ଆସିଥାଏ। ସମାଲୋଚନା ମଧ୍ୟ ପ୍ରକାଶ ପାଏ। ମାତ୍ର ଏହାରି ଭିତରୁ ଖେଳାଳିଙ୍କୁ ପୁଣି ଥରେ ବାହାରି ରନ ସଂଗ୍ରହ କରିବାକୁ ପଡ଼ିଥାଏ। ମଧ୍ୟଭାଗ ବ୍ୟାଟିଂ ଲାଇନଅପ ନେଇ କୋହଲି ସ୍ପଷ୍ଟ କରି ନ ଥିଲେ ବି ୫ମ ବୋଲର ଥିଓରି କାଏମ ରହିବ ବୋଲି କହିଛନ୍ତି। ହାର୍ଦ୍ଦିକ ପୁଣି ଥରେ ବୋଲିଂ ଫର୍ମକୁ ଫେରିବା କୋହଲିଙ୍କ ପାଇଁ ବିକଳ୍ପ ସୃଷ୍ଟି କରିଛି। ଭାରତୀୟ ଦଳ ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ, ଟି-୨୦ ପରେ ଦିନିକିଆ ସିରିଜ ହାତେଇ ସିରିଜ କ୍ଲିନ ସ୍ବିପ୍ ନେଇ ଲକ୍ଷ୍ୟ ରଖିଛି।

Related Articles

Leave a Reply

Your email address will not be published.

Back to top button