ଆଖି ବୁଜିଲେ ଯାତ୍ରା ହାସ୍ୟାଭିନେତା ଜଗା ରାଉତ

ଓଡ଼ିଆ ଯାତ୍ରା ଜଗତର ବିଶିଷ୍ଟ ହାସ୍ୟାଭିନେତା ଜଗବନ୍ଧୁ ରାଉତ ଓରଫ ଜଗା ରାଉତଙ୍କର କୋରୋନାରେ ପରଲୋକ ହୋଇଛି। କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗ ଖବର ପ୍ରଚାର ହେବା କ୍ଷଣି ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କାଳିଆପଦା ଗ୍ରାମର ବିଶିଷ୍ଟ ଯାତ୍ରା ହାସ୍ୟାଭିନେତା ଜଗବନ୍ଧୁ ରାଉତ ଓରଫ ଜଗା ରାଉତ ନାମ ସାରା ଓଡ଼ିଶାର ଘରେ ଘରେ ପରିଚିତ। ହସାଉଥିଲେ କିନ୍ତୁ ତାଙ୍କ ହସକୁ ଲିଭାଇଦେଲା କରୋନା। କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଜଗାଙ୍କ ଅଭିନୀତ ପ୍ରମୁଖ ଯାତ୍ରା ନାଟକ ମଧ୍ୟରେ ରାଜଧାନୀ ତତେ ଦୂରୁ ଜୁହାର, କହଲୋ ବଉଳ କିଏ ତୋ ବର, ନ କହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜ ଫୁଲ, ବୋହୂ ଆଣିଥିଲି ବେଶ୍ୟାପଡାରୁ ଇତ୍ୟାଦି ରହିଛି। ବହୁ ଯାତ୍ରାରେ ଅଭିନୟ କରି ସେ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରାଇଛନ୍ତି।

Related Articles

Leave a Reply

Your email address will not be published.

Back to top button