ଆଉ ରେମଡେସିଭିର ରାଜ୍ୟମାନଙ୍କୁ ଦେବେନି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋରୋନା ଚିକିତ୍ସାରେ ଅନ୍ୟତମ ସଞ୍ଜୀବନୀ ସାବ୍ୟସ୍ତ ହୋଇଥିବା ରେମଡେସିଭିର ଇଞ୍ଜେକସନ ଆଉ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପ୍ରଦାନ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କାହିଁକି କେନ୍ଦ୍ର ସରକାର ରେମଡେସିଭିର ଦେବେ ନାହିଁ ତାହା ବି ସ୍ପଷ୍ଟ କରିଛନ୍ତି। ରେମଡେସିଭିରର ଉତ୍ପାଦନ ଏବେ ୧୦ ଗୁଣ ବୃଦ୍ଧି ପାଇଛି। ଏପ୍ରିଲ ୧୧ ବେଳକୁ ଦୈନିକ ୩୩ ହଜାର ଭାଏଲ୍ସ ରେମଡେସିଭିର ଉତ୍ପାଦନ ହେଉଥିବା ବେଳେ ଏବେ ଏହା ୩.୫ ଲକ୍ଷରେ ପହଞ୍ଚି ଯାଇଛି ବୋଲି କୁହାଯାଇଛି। ଆବଶ୍ୟକ ତୁଳନାରେ ଅଧିକ ପ୍ରଡକ୍ସନ ହେଉଥିବାରୁ କେନ୍ଦ୍ର ସରକାର ଆଉ ରାଜ୍ୟଗୁଡ଼ିକୁ ଏହି ରେମଡେସିଭିର ଇଞ୍ଜେକସନ ଯୋଗାଇବେ ନାହିଁ ବୋଲି କହିଛନ୍ତି।

ଗୋଟିଏ ମାସରେ ରେମଡେସିଭିର ଇଞ୍ଜେକସନର ପ୍ରଡକ୍ସନ ପ୍ଲାଣ୍ଟ ସଂଖ୍ୟା ୨୦ରୁ ୬୦କୁ ବଢ଼ିଛି। ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସି ଓ ସିଡିଏସ୍‌ସିଓକୁ ନିୟମିତ ରେମଡେସିଭିର ପହଞ୍ଚାଇବା ଉପରେ ନଜର ରଖିବାକୁ କୁହାଯାଇଥିବା କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟେ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତ ମାସରେ ଭାରତ ସରକାର ଦେଶରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରେମଡେସିଭିରର ବିଦେଶକୁ ରପ୍ତାନୀ ଉପରେ ରୋକ ଲଗାଇଥିଲେ। ଫଳରେ ଏବେ ଦେଶରେ ଆଉ ରେମଡେସିଭିର ଟିକାର କୌଣସି ଅଭାବ ନଥିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

Related Articles

Leave a Reply

Your email address will not be published.

Back to top button