ଆଉ ଜଣେ ସଂଗୀତ ନିର୍ଦ୍ଦେଶକଙ୍କୁ ନେଇଗଲା କରୋନା

ଭୁବନେଶ୍ୱର : କରୋନା ପାଇଁ ଆମେ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇ ସାରିଲୁଣି । ଓଡ଼ିଆ ସଂଗୀତ ଜଗତର ଆଉ ଜଣେ ତାରକାଙ୍କର କରୋନାରେ ମୃତ୍ୟୁବରଣ କରିବା ଘଟଣା ସଂଗୀତ ଜଗତକୁ ସ୍ତବ୍ଧ କରିଦେଇଛି  । ବିଶିଷ୍ଟ ଓଡିଆ ସଂଗୀତଜ୍ଞ ଶାନ୍ତିରାଜ ଖୋସଲ।ଙ୍କର କରୋନାରେ ମୃତ୍ୟୁ ହୋଇଛି  । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା  । କିଛିଦିନ ତଳେ ସେ କରୋନା ପଜିଟିଭ ହୋଇଥିଲେ  । ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଏସସିବି ମେଡ଼ିକାଲ କଲେଜରେ ଭର୍ତି କରାଯାଇଥିଲା  । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନେକ ଓଲିଉଡ଼ ସିନେମା ଓ ମ୍ୟୁଜିକ ଆଲବମରେ ସେ ମ୍ୟୁଜିକ କମ୍ପୋଜର ଭାବେ କାର୍ଯ୍ୟ କରିଥିଲେ  । ସଙ୍ଗୀତ ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ରଙ୍ଗ ନମ୍ବର୍’ | ତା’ ପରେ ପରେ ‘ଡନ୍’, ‘ମୋତେ ଆଣିଦେଲା ଲକ୍ଷେ ଫଗୁଣ’, ‘ମୁଁ ସପନର ସୌଦାଗର’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ଧନରେ ରଖିବୁ ଶପଥ ମୋର’ ଭଳି ଅନେକ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସଫଳତା ସାଉଁଟିଥିଲେ | ସେହିଭଳି ‘ଜାଇଫୁଲ’, ‘ବାଇଚଢ଼େଇ’, ‘ଏମିତି ରଙ୍ଗ ଦେ ଲୋ ଫୁଲ’ ଭଳି ବହୁ ଚର୍ଚ୍ଚିତ ଆଲ୍‌ବମ୍‌ରେ ମ୍ୟୁଜିକ୍ ଆରେଞ୍ଜର ଭାବେ କାର୍ଯ୍ୟ କରିଥିଲେ | ଚଳଚ୍ଚିତ୍ର ନିର୍ଦ୍ଦେଶକ ଲିଟୁ ମହାନ୍ତିଙ୍କ ସମ୍ବଲପୁରୀ ଫିଲ୍ମ ‘ଅଲାର’ ରେ ମଧ୍ୟ ସଂଗୀତ ପରିଚାଳନା କରିଥିଲେ ଶାନ୍ତିରାଜ |

ସୂଚନାଯୋଗ୍ୟଯେ, ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ବି କରୋନା ହୋଇଥିଲା  । କିନ୍ତୁ ସେମାନେ ସୁସ୍ଥ ହୋଇଯାଇଥିଲା  । କୋରାପୁଟରେ ସେ ଜନ୍ମଗ୍ରହଣ କରିଥିଲେବି କଟକକୁ ହିଁ ନିଜର କର୍ମଭୂମି କରିଥିଲେ  । ଗତ ମେ’୨୨ରେ ସଂଗୀତଜ୍ଞ ବିଦିଷା ରଥଙ୍କର କରୋନାରେ ମୃତ୍ୟୁ ହୋଇଥିଲା  । ଏଥି ସହିତ ଶାନ୍ତିରାଜ ଜଣେ ଭଲ ଗିଟାର ଓ ମଣ୍ଡୋଲିନ ବାଦକ ଥିଲେ |

ଶାନ୍ତିରାଜ ଚାଲିଯିବା କଥାକୁ ଅନେକ ବିଶ୍ୱାସ କରୁନାହାନ୍ତି | ମେ’ ୧୭ ତାରିଖରେ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ପରେ ଆଜି ଓଡ଼ିଆ ସଂଗୀତ ଜଗତକୁ ଆଉ ଏକ ଝଟକା ଲାଗିଛି | ଶାନ୍ତିରାଜ ଖୋସଲାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି |

Related Articles

Leave a Reply

Your email address will not be published.

Back to top button