ଆଇପିଏଲ ସ୍ଥଗିତ ଯୋଗୁଁ ବିସିସିଆଇ ହରାଇଲା ୨୨୦୦ କୋଟି

ନୂଆଦିଲ୍ଲୀ: ଆଇପିଏଲ-୨୦୨୧ ଅଧାରୁ ବାତିଲ ହେବା ପରେ ବିସିସିଆଇ ପାଖାପାଖି ୨,୫୦୦ କୋଟି ଟଙ୍କାର କ୍ଷତି ସହିବ । ଏହି ଅର୍ଥ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ପ୍ରସାରଣକାରୀ ସଂସ୍ଥା ଓ ପ୍ରାୟୋଜନଙ୍କ ଠାରୁ ଆୟ କରିଥାନ୍ତା । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଚଳିତ ବର୍ଷ ଆଇପିଏଲ ଅଧାରୁ ଅଟକିବା ପରେ ବିସିସିଆଇକୁ ୨୦୦୦ ରୁ ୨୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ । ମୁଣ୍ଡାମୁଣ୍ଡି ହିସାବ କଲେ କ୍ଷତି ୨୨୦୦ କୋଟି ଟଙ୍କାରୁ କମ୍ ହେବନି । ଏଥର ଆଇପିଏଲ ୫୨ ଦିନ ଧରି ଖେଳାଯିବାର ଥିବା ବେଳେ ୬୦ ମ୍ୟାଚ ଆୟୋଜିତ ହେବାର ଥିଲା । ସେହିଭଳି ଲିଗ ଚଳିତ ମାସ ୩୦ ତାରିଖରେ ଶେଷ ହୋଇଥାନ୍ତା ।

Related Articles

Leave a Reply

Your email address will not be published.

Back to top button