ଆଇପିଏଲ ସ୍ଥଗିତ

ନୂଆଦିଲ୍ଲୀ:  ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।  ଏବେ କରୋନାର କଳା ବାଦଲ ଆଇପିଏଲ ଉପରେ ପଡ଼ିଛି।  ଏହାରି ଭିତରେ  କରୋନା ଆଇପିଏଲରେ ପଶିଛି । ଖାଲି ପଶିନି ଆଇପିଏଲକୁ ସ୍ଥଗିତ କରିବାକୁ ବାଧ୍ୟ କରିଦେଇଛି । ଏନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି ।

ସୋମବାର କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥାନ୍ତା ମ୍ୟାଚ୍‌। ହେଲେ କୋଲକାତାର ଦୁଇ ଜଣ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ବାରିୟର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଯାହାଫଳରେ ମ୍ୟାଚକୁ ସ୍ଥଗିତ ରଖିଥିଲା ଆଇପିଏଲ ମ୍ୟାନେଜମେଣ୍ଟ।  ପୂର୍ବରୁ ଚେନ୍ନାଇର ବୋଲିଂ କୋଚ ବାଲାଜୀ ବି ପଜିଟିଭ ଚିହ୍ନଟ ହୋଇଥିଲେ ।  ଆଜି ସନରାଇଜର୍ସ ହାଇଦ୍ରାବାଦର ରିଦ୍ଧିମାନ ଶାହା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରକାଶ  ଯେ, ଫଟାଫଟ କ୍ରିକେଟ ଆଇପିଏଲ ପ୍ରଥମରୁ କଡ଼ା ସୁରକ୍ଷାରେ ଆରମ୍ଭ ହୋଇଥିଲା । ତେବେ କରୋନା ଭିତରେ ଏହି ମ୍ୟାଚ ଖେଳାଯାଉଥିବାବେଳେ ସମସ୍ତେ ସଚେତନ  ଥିଲେ । କିନ୍ତୁ ଧୀରେ ଧୀରେ କରୋନାର ପ୍ରଭାବ ଅଧିକ ହେବାରୁ କିଛି ଖେଳା ସ୍ୱତପ୍ରବୃତଭାବେ ଆଇପିଏଲରୁ ଓହରି ଯାଇଥିଲେ । ତେବେ  ଏହା ପରେ କିଛି ଖେଳାଳି ଓ ଅଫିସିଆଲ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ  ଆଇପିଲଏଲର ଚଳିତ ସିଜିନକୁ ସ୍ଥଗିତ କରିଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button