ଆଇପିଏଲ ମୋ ବ୍ୟାଟିଂରେ ଉନ୍ନତି ଆଣିଛି : ବିଲିଙ୍ଗସ୍‌

ନୂଆଦିଲ୍ଲୀ: ଇଂଲଣ୍ଡର ୱିକେଟ କିପର ବ୍ୟାଟସମ୍ୟାନ ସାମ ବିଲିଙ୍ଗସ ଆଇପିଏଲ-୧୪କୁ ନେଇ ବେଶ ଉତ୍ସାହିତ ରହିଛନ୍ତି । ସେ ଏଥର ଦିଲ୍ଲୀ କ୍ୟାପିଟାଲସ ଦଳର ସଦସ୍ୟ ଅଛନ୍ତି । ଭାରତ ବିପକ୍ଷ ଦିନିକିଆ ସିରିଜ ଶେଷ ହେବା ପରେ ସେ କ୍ୟାପିଟାଲସ ଦଳ ଶିବିରରେ ଯୋଗ ଦେବା ପ୍ରସ୍ତୁତି ଚଳାଇଛନ୍ତି । ଆଇପିଏଲ ଯୋଗୁ ତାଙ୍କ ବ୍ୟାଟିଂରେ ଉନ୍ନତି ହୋଇଥିବା ବିଲିଙ୍ଗସ ପ୍ରକାଶ କରିଛନ୍ତି । ଗତ ନିଲାମରେ କ୍ୟାପିଟାଲସ ତାଙ୍କୁ ୨ କୋଟି ଟଙ୍କାରେ କ୍ରୟ କରିଥିଲା । ବିଲିଙ୍ଗସ କହିଛନ୍ତି ଗତ ବର୍ଷ କ୍ୟାପିଟାଲସ ପକ୍ଷରୁ ଖେଳିବା ପରେ ମୋ ବ୍ୟାଟିଂରେ ବହୁତ ଉନ୍ନତି ହୋଇଛି । ଦଳରେ ଅନେକ ଅଭିଜ୍ଞ ଖେଳାଳି ରହିଛନ୍ତି । ସେମାନଙ୍କୁ ଠାରୁ ଅନେକ କିଛି ଶିଖିବାକୁ ମିଳୁଛି । ମୁଁ ଆଇପିଏଲ ଖେଳିବାକୁ ବହୁତ ଭଲ ପାଏ । ଏହା ବିଶ୍ୱର ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ । ଏଥର ଆମେ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛୁ । ରିଷଭ ପନ୍ତଙ୍କ ଅଧୀନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମୋର ଆଶା । ବ୍ୟକ୍ତିଗତ ଭାବେ ମୁଁ ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ କରିବାକୁ ବ୍ୟାକୁଳ ରହିଛି ।

Related Articles

Leave a Reply

Your email address will not be published.

Back to top button