ଆଇପିଏଲ ଦ୍ୱିତୀୟାର୍ଦ୍ଧ ଖେଳିବେନି କମିନ୍ସ

କୋଲକାତା: କରୋନା ଭାଇରସ ସଂକ୍ରମଣକୁ କେନ୍ଦ୍ର କରି ଆଇପିଲଏଲ-୧୪ ଅଧାରୁ ସ୍ଥଗିତ ରହିଛି । ସେପ୍ଟେମ୍ବର/ଅକ୍ଟୋବରରେ ବାକି ଭାଗ ୟୁଏଇରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ସ୍ପଷ୍ଟ କରିସାରିଛି । ବର୍ତ୍ତମାନ ଫ୍ରାଞ୍ଚାଇଜମାନେ ନିଜ ନିଜ ଦଳର ବିଦେଶୀ ଖେଳାଳିମାନଙ୍କୁ ଦ୍ୱିତୀୟାର୍ଦ୍ଧ ଖେଳିବା ପାଇଁ ରାଜି କରାଇବାରେ ବ୍ୟସ୍ତ । କୋଲକାତା ନାଇଟ ରାଇଡର୍ସ ଦଳର ପ୍ରମୁଖ ଫାଷ୍ଟ ବୋଲର ପ୍ୟାଟ କମିନ୍ସ ଦ୍ୱିତୀୟାର୍ଦ୍ଧ ଖେଳିବା ପାଇଁ ଆଗ୍ରହୀ ନାହାନ୍ତି । ଆଗକୁ ଅଷ୍ଟ୍ରେଲିଆର ବ୍ୟସ୍ତପୂର୍ଣ୍ଣ କ୍ରୀଡ଼ାସୂଚୀ ରହିଛି । ତେଣୁ ଦୀର୍ଘ ଦିନ ଧରି ଜୈବ ସୁରକ୍ଷା ବଳୟରେ ବନ୍ଦୀ ହୋଇ ରହିବାକୁ କମିନ୍ସ ଚାହୁଁ ନାହାନ୍ତି । ଜୈବ ବଳୟରେ ବନ୍ଦୀ ହୋଇ ରହିବାକୁ କମିନ୍ସ ଚାହୁଁ ନାହାନ୍ତି । ଜୈବ ବଳୟରେ ରହି ବହୁ ଖେଳାଳି ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ୁଛନ୍ତି । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ ସହିତ ଆସେସ ରହିଛି । ଜୁନ ଅନ୍ତିମ ଭାଗରୁ ଅଷ୍ଟ୍ରେଲିଆର କି୍ରକେଟ ସିଜନ ଆରମ୍ଭ ହେବ । ପ୍ରଥମେ ଦଳ ୱେଷ୍ଟ ଇଣ୍ଡିଜ ଗସ୍ତ କରିବ । ଏହା ପରେ ଆଫଗାନିସ୍ତାନ ବିପକ୍ଷରେ ଏକ ଟେଷ୍ଟ ଖେଳିବ । ବାଂଲାଦେଶ ଗସ୍ତ କରି ୫ଟି ଟି-ଟ୍ୱେଣ୍ଟି ଖେଳିବା ପାଇଁ ମଧ୍ୟ ଯୋଜନା ରହିଛି । ତେଣୁ ଏହା ଭିତରେ ଆଇପିଏଲ ଖେଳି କ୍ଲାନ୍ତ ହେବା ସ୍ୱାଭାବିକ ବୋଲି କମିନ୍ସ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button