ଆଇପିଏଲରୁ ସମ୍ପୂର୍ଣ୍ଣ ବାଦ ବାଦ ପଡ଼ିଲେ ନଟରାଜନ

ମୁମ୍ବାଇ: ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଟି ନଟରାଜନ ଚଳିତ ଆଇପିଏଲରୁ ସମ୍ପୂର୍ଣ୍ଣ ବାଦ ପଡ଼ିଛନ୍ତି । ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର ହେବ । ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ବେଳେ ୩୦ ବର୍ଷୀୟ ଏହି ୟର୍କର ବିଶେଷଜ୍ଞଙ୍କ ଆଣ୍ଠୁରେ ଯନ୍ତ୍ରଣା ଦେଖାଯାଇଥିଲା । ଆଶୁ ଚିକିତ୍ସା ପରେ ସେ ଚଳିତ ଆଇପିଏଲରେ ହାଇଦ୍ରାବାଦ-୪ ମ୍ୟାଚରେ ଦୁଇଟିରେ ଖେଳିଥିଲେ । ଆଇପିଏରୁ ବାଦ ପଡ଼ିବା ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି । “ଆଇପିଏଲର ଅବଶିଷ୍ଟ ମ୍ୟାଚରୁ ବାଦ ପଡ଼ିଥିବାରୁ ବହୁତ ଦୁଃଖିତ । ଗତ ଋତୁରେ ଭଲ ଖେଳି ଭାରତ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲି । ଏଥର ବଡ଼ ଆଶା ରଖିଥିଲା । ହେଲେ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଚଳିତ ସଂସ୍କରଣ ହାତଛଡ଼ା କରିବାକୁ ପଡ଼ୁଛି ।” ବୋଲି ହାଇଦ୍ରାବାଦ ପକ୍ଷରୁ ଟ୍ୱିଟରରେ ପ୍ରକାଶ ପାଇଥିବା ଭିଡିଓରେ ନଟରାଜନ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button