ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।  ୧୯୮୭ ବ୍ୟାଚର ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପାରିଶ କରାଯାଇଥିଲା । ଆଉ ଏହି ସୁପାରିଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି । ପ୍ରକାଶ ଯେ,  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ ।  ଧୀରେ ଧୀରେ ପାଠକ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ପେଡ଼ି ମଧ୍ୟ ଖୋଲୁଛି । ଭିଜିଲାନ୍ସ ଇତିହାସରେ ଏତେବଡ଼ ଦୁର୍ନୀତି କେବେ ପଦାକୁ ଆସିନଥିଲା । ଜଙ୍ଗଲୀବାବୁ ଲୁଟିଥିବା ସମ୍ପତ୍ତିର ସିଂହ ଭାଗ ପ୍ରାୟ ୯.୪ କୋଟି ପୁଅ ଆକାଶ ପାଠକ ନାମରେ ଥିବା ଏକାଧିକ ଆକାଉଣ୍ଟରେ ଜମା କରାଯାଇଥିଲା । କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି ମିଳିବା ପରେ ଅତିରିକ୍ତ ପିସିସିଏଫ ତଥା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ  କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button