ଅବଶିଷ୍ଟ ଆଇପିଏଲ ମ୍ୟାଚ ୟୁଏଇରେ ଖେଳାଯିବ

ନୂଆଦିଲ୍ଲୀ:  କରୋନା ପାଇଁ ବନ୍ଦ ଥିବା ଆଇପିଏଲ-୨୦୨୧ର ଅବଶିଷ୍ଟ ୩୧ ମ୍ୟାଚ ୟୁଏଇରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି ।  ସେପ୍ଟେମ୍ବର- ଅକ୍ଟୋବର ମାସରେ ୟୁଏଇରେ ମ୍ୟାଚ କରାଯିବା ନେଇ ବିସିସିଆଇ ଏସଜିଏମରେ ନିଷ୍ପତ୍ତି ନିଆଯାଇଛି ।  ଅବଶିଷ୍ଟ ୩୧ଟି ମ୍ୟାଚ ଆୟୋଜନ ନେଇ ୟୁଏଇ ରାଜି ହୋଇଥିବା ନେଇ ସୂଚନା ମିଳିଛି ।  ତେବେ ବିଦେଶୀ ଖେଳାଳି ଏହି ମ୍ୟାଚଗୁଡ଼ିକରେ ଭାଗ ନେବା ନେଇ ବିଦେଶୀ ବୋର୍ଡ ସହ ଆଲୋଚନା କରାଯାଉଛି ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ ଯେ ଭାରତରେ ଆଇପିଏଲ-୨୦୨୧ର ୨୯ ମ୍ୟାଚ୍ ଖେଳାଯିବା ପରେ ବିଭିନ୍ନ ଦଳର ଖେଳାଳି ଓ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଫଳରେ ଏହାକୁ ଅଧାରୁ ସ୍ଥଗିତ କରି ଦିଆଯାଇଥିଲା । ଗତବର୍ଷ ସଂପୂର୍ଣ୍ଣ ଆଇପିଏଲ ୟୁଏଇରେ ଖେଳାଯାଇଥିଲା । ଭାରତରେ ବଢ଼ି ବଢ଼ି ଚାଲିଥିବା କରୋନା ସଂକ୍ରମଣ ପାଇଁ ୟୁଏଇ ପୁଣି ଥରେ ଆଇପିଏଲ ଆୟୋଜନ ଅଧିକାର ପାଇବାକୁ ଯାଉଛି ।

Related Articles

Leave a Reply

Your email address will not be published.

Back to top button