ଅପରିବର୍ତ୍ତି ରହିଲା ରେପୋ ରେଟ୍

ନୂଆଦିଲ୍ଲୀ: ଲଗାତର ଷଷ୍ଠଥର ପାଇଁ ରେପୋ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏପ୍ରିଲ-ଜୁନ୍ ତ୍ରୈମାସିକ ସମୀକ୍ଷା ପରେ ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟକୁ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ରେପୋ ରେଟ୍  ୪ ପ୍ରତିଶତରେ ଅପରିବର୍ତ୍ତିତ ଥିବାରୁ ଗ୍ରାହକଙ୍କୁ ବ୍ୟାଙ୍କ ଦେଉଥିବା ରୁଣ ଉପରେ ସୁଧ ମଧ୍ୟ ଅପରିବର୍ତ୍ତିତ ରହିପାରେ । ସେହିପରି ବ୍ୟାଙ୍କଗୁଡିକର ଜମା ଉପରେ ଆରବିଆଇ ଦେଉଥିବା ସୁଧ ହେଉଛି ରେଭର୍ସ ରେପୋ ରେଟ୍ । ତେଣୁ ଗ୍ରାହକଙ୍କ ଜମା ଉପରେ ସୁଧହାର ମଧ୍ୟ ଅପରିବର୍ତ୍ତିତ ରଖିପାରନ୍ତି ବ୍ୟାଙ୍କ । ତେବେ କରୋନା ଦ୍ୱିତୀୟ ଲହର କାରଣରୁ ଆର୍ଥିକ ମାନ୍ଦାବସ୍ଥା ଫଳରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ଆକଳନକୁ କମାଇ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ପୂର୍ବରୁ ଏହା ୧୦.୫ ପ୍ରତିଶତ ରହିବ ବୋଲି ଆରବିଆଇ ଆକଳନ କରିଥିବାବେଳେ ଏବେ ଏହାକୁ ୯.୫ ପ୍ରତିଶତକୁ କମାଇ ଦେଇଛି । ଏଥିସହ ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ଅର୍ଥାତ ଖୁଚୁରା ବଜାରରେ ଦରଦାମ ୫.୧ ପ୍ରତିଶତ ରହିବା ଆକଳନ କରିଛି ଆରିବିଆଇ ।

Related Articles

Leave a Reply

Your email address will not be published.

Back to top button