ଅପରାହ୍ମ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ

ଗଞ୍ଜାମ: : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ   ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ବୁଲା ବିକାଳୀ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ଆଗାମୀ ୧୦ ଦିନ ପାଇଁ ଦୋକାନ ବଜାର ଖୋଲିବା ସମୟକୁ କମାଇବା ପାଇଁ ନିଷ୍ପତ୍ତି ନେଇଛି ସଂଘ । ଆଗାମୀ ୧୦ ଦିନ ଯାଏଁ ଜିଲ୍ଲାର ସହରାଂଚଳରେ ଅପରାହ୍ମ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।  ଅନ୍ୟପଟେ ଟ୍ୱିଟ କରି ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ।  ଗତ କିଛିଦିନ ଭିତରେ ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ବାହାରୁ ଶହଶହ ପ୍ରବାସୀ ଫେରିଛନ୍ତି । ଏପଟେ ରାଜ୍ୟରେ ଓ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବାରୁ ଆଗୁଆ ସତର୍କ ହୋଇଛନ୍ତି ଜିଲ୍ଲାର ସଚେତନ ବ୍ୟବସାୟୀ ସଂଘ । କାରଣ ଗତବର୍ଷ ଗଞ୍ଜାମ ଜିଲ୍ଲାରେ କରୋନାର ସଂକ୍ରମଣ ବ୍ୟାପକ ହୋଇଥିଲା । ଆଉ ପ୍ରତିକୂଳ ପରିସ୍ଥିତିକୁ ଏଡାଇବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Related Articles

Leave a Reply

Your email address will not be published.

Back to top button