୨୩ରେ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଚୂଡ଼ାନ୍ତ ଶୁଣାଣି

କଟକ: ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ରୁଜୁ ଦୁଇ ମାମଲାର ଏପି୍ରଲ ୨୩ରେ ଚୂଡାନ୍ତ ଶୁଣାଣି ହେବ । ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିଲା । ଆଦିତ୍ୟଙ୍କ ମୃତୁ୍ୟକୁ ନେଇ ସୁପି୍ରମକୋର୍ଟରେ ଦାୟର ହୋଇଥିବା ମାମଲା ପ୍ରସଙ୍ଗରେ ମଧ୍ୟ ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି । ୨୦୨୦, ଡିସେମ୍ବର ୩୧ରେ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ସମ୍ପର୍କିତ ସବିଶେଷ ତଥ୍ୟ ରହିଥିବା ଗତ ଥର ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା । ଏହା ପରେ ମାମଲାର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଏପ୍ରିଲ ୨୩କୁ ଧାର୍ଯ୍ୟ କରାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ପୁଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଆଦିତ୍ୟଙ୍କ ମା ପଦ୍ମାଳୟା ଦାସ, ବାପା ନନ୍ଦ କିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀଙ୍କ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ପ୍ରଥମେ ହାଇକୋର୍ଟରେ ଆବଦେନ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button