୧୧ରୁ ୧୪ ପର୍ଯ୍ୟନ୍ତ ହେବ ଟିକା ଉତ୍ସବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି । କୋଭିଡ-୧୯ ସ୍ଥିତି, ଟିକାକରଣ , ଛୋଟ ଛୋଟ କଣ୍ଟେନମେଣ୍ଟ ଜୋନ, ନାଇଟ କର୍ଫ୍ୟୁ ଏବଂ ଟେଷ୍ଟିଂ ରଣନୀତି ଉପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ଏପ୍ରିଲ ୧୧ ରୁ ୧୪ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ।

ଏପ୍ରିଲ ୧୧ ଜ୍ୟୋତିରାଓ ଫୁଲେଜୀଙ୍କ ଜୟନ୍ତୀ ଏବଂ ଏପି୍ରଲ ୧୪ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଥିବାରୁ ଏହି ୪ ଦିନ ‘ଟିକା ଉତ୍ସବ’ ପାଳନ ହେବ ଏବଂ ଅଧିକରୁ ଅଧିକ ଲୋକଙ୍କର ଟିକାକରଣ କରାଯିବ । କରୋନା ମୁକାବିଲା ପାଇଁ ମାସ୍କଠାରୁ ଆରମ୍ଭ କରି ଟିକା ପର୍ଯ୍ୟନ୍ତ ସବୁ କିଛି ଉପଲବ୍ଧ ଅଛି । କରୋନା ମୁକୁଳିବାର ରାସ୍ତା ହେଉଛି ଟେଷ୍ଟିଂ ଓ ୭୦% ଆରଟି-ପିସିଆର ଟେଷ୍ଟ ଆମର ଟାର୍ଗେଟ । ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟ ବଢ଼ାଇବା ଏବଂ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଅଧିକ ଫୋକସ କରିବାକୁ ହେବବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  ।

Related Articles

Leave a Reply

Your email address will not be published.

Back to top button