ସୋମବାରଠାରୁ ଦିଲ୍ଲୀରେ ଅନଲକ ପ୍ରକ୍ରିୟା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଗ୍ରାଫ ତଳମୁହାଁ ହେବା ସହିତ ଅନଲକ ପ୍ରକି୍ରୟା ଆରମ୍ଭ ହେବାକୁ ଯାଉଛି । ସୋମବାର ସକାଳ ୫ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । କେଜରିୱାଲ କହିଛନ୍ତି, ‘ରାଜଧାନୀରେ ସଂକ୍ରମଣ ହାର ୧.୫ ପ୍ରତିଶତକୁ ଖସି ଆସିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୧୧୦୦ ମାମଲା ସାମ୍ନାକୁ ଆସିଛି । ତେଣୁ ଆମେ ଅନଲକ ପ୍ରକି୍ରୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ । ସୋମବାର ସକାଳ ୫ଟାରୁ ଏହା ଆରମ୍ଭ ହେବ । ଦିନ ମଜୁରିଆଙ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସପ୍ତାହେ ଯାଏ ନିର୍ମାଣ କାମ ଓ କାରଖାନା ଗୁଡ଼ିକ ଖୋଲିବ । କରୋନା ମାମଲା ନ ବଢ଼ିଲେ ପରେ ଜନତାଙ୍କ ପରାମର୍ଶ ଓ ବିଶେଷଜ୍ଞମାନଙ୍କର ରାୟ ନେଇ ଆମେ ଅନଏକ ପ୍ରକ୍ରିୟାକୁ ଧୀରେ ଧୀରେ ବଢ଼ାଇବୁ । ତେବେ ଏହି ସମୟ ମଧ୍ୟରେ ଆମକୁ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ । ନ ହେଲେ ପରିସ୍ଥିତି ବିଗିଡ଼ିଲେ ପୁଣି ଲକଡାଉନ ଲାଗୁ ହୋଇପାରେ ।

Related Articles

Leave a Reply

Your email address will not be published.

Back to top button