ସୁସ୍ଥ ହେବାର ୬ ମାସ ପର୍ଯ୍ୟନ୍ତ ଟିକା ନିଅନ୍ତୁ ନାହିଁ
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ଏବେ ସାରା ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି ।
ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କରୋନା ଭୂତାଣୁ ସଂକ୍ରମଣରୁ ସୁସ୍ଥ ହେବାର ୬ ମାସ ପର୍ଯ୍ୟନ୍ତ ଟିକା ନେବା ଉଚିତ ନୁହେଁ । ଟିକାକରଣ କମିଟି (ଏନଟିଏଜିଆଇ) ଗୁରୁବାର କହିଛି ଯେ କରୋନାରୁ ସୁସ୍ଥ ହେବା ପରେ ୬ ମାସ ଅପେକ୍ଷା କରିବାକୁ ହେବ । ୬ ମାସ ପରେ ସମ୍ପୃକ୍ତ ବ୍ୟକ୍ତି ଟିକା ନେବା ଉଚିତ । ସେହିପରି ଯେଉଁମାନେ ପ୍ରଥମ ପାନ (ଡୋଜ) ଟିକା ନେଇ କରୋନା ସଂକ୍ରମିତ ହୋଇଛି । ସେମାନେ ସୁସ୍ଥ ହେବାର ୪ ରୁ ୮ ସପ୍ତାହ ପରେ ଦ୍ୱିତୀୟ ପାନ ଟିକା ନେବା ଉଚିତ ।