ସିବିଆଇ ଅଫିସରେ ମମତା

କୋଲକାତା: ସିବିଆଇ ଅଫିସରେ ମମତା । ତେବେ କୌଣସି ମାମଲାରେ ନୁହେଁ, ନିଜର ଦୁଇ ମନ୍ତ୍ରୀଙ୍କୁ ସିବିଆଇ ଗିରଫ କରିବା ଘଟଣାକୁ ବିରୋଧ କରି ମମତା ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାଯାଇଛି । ଗିରଫଦାରିକୁ ବିରୋଧ କରି ତୃଣମୂଳ କଂଗ୍ରେସ ସମର୍ଥକମାନେ ‘ସିବିଆଇ’ ଅଫିସ୍‌ ବାହାରେ ରୁଣ୍ଡ ହୋଇଥିବା ବେଳେ ସ୍ବଂୟ ମୁଖ୍ୟମନ୍ତ୍ରୀ ଗାଡ଼ିରେ ଯାଇ ସେଠାରେ ପହଞ୍ଚିଛନ୍ତି । ପୁଣି ଆରମ୍ଭ ହୋଇଯାଇଛି ପଶ୍ଚିମବଙ୍ଗରେ ରାଜନୀତିକ ଲଢେ଼ଇ  । ବିଧାନସଭା ନିର୍ବାଚନ ପରେପରେ ସିବିଆଇ ସକ୍ରିୟ ହୋଇଯାଇଛି  । ନାରଦା ଷ୍ଟିଙ୍ଗ ମାମଲାରେ ସିବିଆଇ ମମତାଙ୍କ ସରକାରରେ ମନ୍ତ୍ରୀ ଥିବା ଫିରହାଦ ହାକିମ ଓ ସୁବ୍ରତ ମୁଖାର୍ଜୀ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ମଦନ ମିତ୍ରା ଓ କୋଲକାତା ମହାନଗର ନିଗମର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି  । ସେମାନେ ଲାଂଚ ନେଇଥିଲେବୋଲି ସିବିଆଇ ପକ୍ଷରୁ କୁହାଯାଇଛି  । ସୂଚନାଯୋଗ୍ୟଯେ, ଆଜି ସକାଳୁ ସକାଳୁ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଯାଇଥିଲା  । ମମତା ବାନାର୍ଜୀଙ୍କ ସରକାରର ମନ୍ତ୍ରୀ ଓ ଟିଏମସି ବିଧାୟକଙ୍କୁ ସିବିଆଇ ଅଟକ ରଖିଥିବାରୁ ସିବିଆଇ ଅଫିସ ସାମ୍ନାରେ ପହଁଚି ଯାଇଥିଲେ ମମତା ବାନାର୍ଜୀ  । ନିଜ ସମର୍ଥକମାନଙ୍କ ସହ ମମତା ସେଠାରେ ଧାରଣା ଦେଇଥିଲେ  । ଅପରପକ୍ଷରେ ତାଙ୍କୁ ଗିରଫ କରିବା ପାଇଁ ମମତା ସିବିଆଇକୁ ଆହ୍ୱାନ ଦେଇଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି  । ମନ୍ତ୍ରୀଙ୍କୁ ଅଟକ ରଖିବା ସମ୍ପୂର୍ଣ୍ଣ ବେଆଇନ ବୋଲି ମମତା କହିଛନ୍ତି  । ଅପରପକ୍ଷରେ ସିବିଆଇ ଅଫିସ ସାମ୍ନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି  । ୫ ବର୍ଷ ତଳର ଏହି ମାମଲାର ସିବିଆଇ ତଦନ୍ତ କରୁଥିବାବେଳେ କୋର୍ଟରେ ଚାର୍ଜସିଟ ବି ଦାଖଲ କରିଛି  । ଅପରପକ୍ଷରେ ଏହାକୁ ନେଇ ଟିଏମସି ସମର୍ଥକମାନେ ହଜାର ହଜାର ସଂଖ୍ୟାରେ ପହଁଚି ବିକ୍ଷୋଭ ଆରମ୍ଭ କରି ଦେଇଛନ୍ତି  ।

Related Articles

Leave a Reply

Your email address will not be published.

Back to top button