ସରକାରଙ୍କୁ ବିଜୟଙ୍କ ପରାମର୍ଶ: ଟେଷ୍ଟିଂ କିଟ ଓ ପିପିଇ କିଟର ପରିମାଣ ବଢାନ୍ତୁ

ଭୁବନେଶ୍ବର: ଟେଷ୍ଟିଂ କିଟ ଓ ପିପିଇ କିଟର ପରିମାଣ ବଢାନ୍ତୁ ଓ ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ । କରୋନାର ଏଭଳି ସଙ୍କଟ ସ୍ଥିତିରେ ଟେଷ୍ଟିଂ ବଢାଯିବା ଦରକାର । ଟେଷ୍ଟିଂ କିଟର ଉତ୍କଟ ଅଭାବ ଯୋଗୁଁ ଟେଷ୍ଟିଂ ଆଗକୁ ଯାଇପାରୁନାହିଁ ।  ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କରୋନାକୁ ନିୟନ୍ତ୍ରଣକୁ ନେଇ ସରକାରଙ୍କୁ ଏଭଳି ଗୁରୁତ୍ୱପୁର୍ଣ୍ଣ ପରାମର୍ଶ ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ, ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଶହେଟି ଗଳାବାଟ ଅଛି। ସେ ସବୁ ବାଟକୁ ଜଗିବା ଦରକାର । ସେହିପରି ପୋଲିସ ମୋବାଇଲ ଭ୍ୟାନ୍ ଅଧିକା କରାଯିବା ଦରକାର । ପ୍ରବାସୀଙ୍କ ସମସ୍ୟା ବଢିଛି । ମହାରାଷ୍ଟ୍ର, ଦିଲ୍ଲୀ ଓ ଗୁଜୁରାଟରେ ଓଡ଼ିଶା ପିଲା ଅତି ଦୟନୀୟ ଭାବେ ମୃତ୍ୟୁ ବରଣ କରୁଛନ୍ତି । ବିଭିନ୍ନ ରାଜ୍ୟରେ ଥିବା ୪ଟି ଓଡ଼ିଶା ଭବନକୁ ୨୪ଘଣ୍ଟିଆ ନୟନ୍ତ୍ରଣ କକ୍ଷ ଭାବେ ବ୍ୟବହାର କରାଯାଉ। ଟୋଲ ଫ୍ରି ନମ୍ବର ଜାରି କରାଯାଉ ଓ ସହଯୋଗ ଦିଆଯାଉ ବୋଲି ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି। ସୀମାନ୍ତ ଜିଲ୍ଲାରେ ମୋବାଇଲ ଟେଷ୍ଟିଂ ଭ୍ୟାନ ଜରିଆରେ ଟେଷ୍ଟିଂ କରାଯାଉ । କରୋନା ଯୋଦ୍ଧାଙ୍କ ସ୍ପୁହା କମିଛି । ସେମାନଙ୍କୁ ଇନସେଣ୍ଟିଭ ବ୍ୟବସ୍ଥା କରାଯାଉ । ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିବା ସହ ଟିକା ଦିଆଯାଉ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Related Articles

Leave a Reply

Your email address will not be published.

Back to top button