ଶ୍ରୀମନ୍ଦିରରେ ଖସିପଡ଼ିଲା ମୂର୍ତ୍ତି; ସେବାୟତ ଆହତ

ପୁରୀ: ଶ୍ରୀମନ୍ଦିରରେ ଆଜି ସକାଳେ ପଶ୍ଚିମଦ୍ୱାର ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଜନୈକ ସେବାୟତଙ୍କ ଉପରେ ଖସି ପଡ଼ିବାରୁ ସେ ଆହତ ହୋଇଛନ୍ତି । ଏହି ସେବାୟତ ଜଣକ ହେଲେ କୁନୁ ମହାପାତ୍ର । ଆଜି ସକାଳେ କୁନୁ ମହାପାତ୍ର ନୃସିଂହ ମନ୍ଦିରରେ ଥିବା ବେଳେ ହଠାତ ତାଙ୍କ ଗୋଡ଼ ଉପରେ ମୂର୍ତ୍ତି ଖସି ପଡ଼ିଥିଲା। ଆଘାତପ୍ରାପ୍ତ ହୋଇ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ପରେ ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ  ମନ୍ଦିର ପ୍ରଶାସନ ପକ୍ଷରୁ ବହନ କରାଯିବ ବୋଲି ଜଣାଯାଇଛି ।

Related Articles

Leave a Reply

Your email address will not be published.

Back to top button