ଶୋପିଆନରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀର ଶୋପିଆନ ଜିଲ୍ଲା ଅନ୍ତର୍ଗତ କନିଗାମରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ଅଲ-ବାଦର ଆତଙ୍କୀ ସଂଗଠନର ୩ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଆଉ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। କନିଗାମରେ ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ସୂତ୍ରରୂ ସୂଚନା ମିଳିବା ପରେ କଶ୍ମୀର ପୋଲିସ, ୪୪ଆରଆର, ୧୭୮ବିଏନ ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ ବେଳେ ଆତଙ୍କବାଦୀଙ୍କୁ ଅସ୍ତ୍ର ପରିତ୍ୟାଗ କରି ଆତ୍ମସମର୍ପଣ ପାଇଁ ଡାକବାଜୀ ଯନ୍ତ୍ର ଜରିଆରେ ଆହ୍ବାନ ଦିଆଯାଇଥିଲା। ଏହା ପରେ ପରେ ଚିହ୍ନଟ ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଘଟଣା ସ୍ଥଳକୁ ଡକାଯାଇ ସେମାନଙ୍କୁ ଆତ୍ମସମର୍ପଣ ପାଇଁ ପ୍ରବର୍ତ୍ତାଇବାକୁ କୁହାଯାଇଥିଲା। ପରିବାର ଲୋକେ ଅପିଲ କରିବା ପରେ ଆତଙ୍କବାଦୀ ତୌସିଫ ଅହମଦ ଆତ୍ମସମର୍ପଣ କରିଥିଲା। ଏହାପାରେ ତୌସିଫ ଅନ୍ୟ ୩ ସହଯୋଗୀଙ୍କୁ ବି ଆତ୍ମ ସମର୍ପଣ କରିବା ପାଇଁ କହିଥିଲା। ମାତ୍ର ଅନ୍ୟ ୩ ଆତଙ୍କବାଦୀ ଏହାକୁ ଗ୍ରହଣ ନ କରି ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳିବର୍ଷଣ କରିଥିଲେ। ଫଳରେ ସୁରକ୍ଷାକର୍ମୀ ଆଉ ବିଳମ୍ବ ନ କରି ପାଲଟା ଗୁଳି କରିବା ପରେ ୩ ଜଣ ଆତଙ୍କବାଦୀ ଟଳି ପଡ଼ିଥିଲେ। ପ୍ରାଣ ହରାଇଥିବା ୩ ଆତଙ୍କବାଦୀ ହେଲେ ଡାନିଶ ମୀର, ମହମ୍ମଦ ଉମର ଭଟ, ଜୟେସ ବସୀର ରେସୀ। ଏମାନେ ସମସ୍ତେ ଅଲବାଦର ଆତଙ୍କୀ ସଂଗଂନ ପାଇଁ କାମ କରି ଆସୁଥିଲେ।

Related Articles

Leave a Reply

Your email address will not be published.

Back to top button