ରାତି ୮ରୁ ଶ୍ରୀମନ୍ଦିର ମନା

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହେବ । କରୋନା ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଏହି କର୍ଫ୍ୟୁ  ଆରମ୍ଭ ହେବ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା  ରାତ୍ରିକାଳୀନ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା କରାଯାଇଛି ।  ରାତି ୮ଟା ପରେ ଭକ୍ତମାନଙ୍କୁ ଆଉ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ ।  ରାତି ୮.୩୦ ସୁଦ୍ଧା ଶ୍ରୀମନ୍ଦିର  ପରିସରକୁ ଖାଲି କରାଯିବ ।  ରାତି ୯ଟାରୁ ରାତ୍ରିକାଳୀନ କର୍ଫୁ୍ୟ ଲାଗୁ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇିଛି । ପ୍ରକାଶ ଯେ, ଶୁକ୍ରବାର  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏକ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା ।  ଏହି ଦୁଇ ଦିନ ମନ୍ଦିର ପରିସରକୁ ସାନିଟାଇଜ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

Related Articles

Leave a Reply

Your email address will not be published.

Back to top button