ରାଜ୍ୟସଭାରେ ଓଡ଼ିଶା ପ୍ରସଙ୍ଗ

‘ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳୁ’

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ । ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ମୁଜିବୁଲ୍ଲା ଖାନ ଏହି ଦାବି ଉଠାଇଛନ୍ତି । ଏ ପର୍ଯ୍ୟନ୍ତ ‘ଭାରତ ରତ୍ନ’ ମିଳିନଥିବାରୁ ସାଂସଦ ମୁଜିବୁଲ୍ଲା କ୍ଷୋଭ ପ୍ରକାଶ କରିବା ସହିତ ବିଜୁ ପଟ୍ଟନାୟକଙ୍କ ମହାନତା ତଥା ବୀରତ୍ୱର ସେ ତିନୋଟି ଦୃଷ୍ଟାନ୍ତ ଦେଇଥିଲେ । ସେ କହିଥିଲେ ଯେ, କାଶ୍ମୀରରେ ପାକିସ୍ତାନ ଆକ୍ରମଣ ସମୟରେ ପଞ୍ଜାବ ରେଜିମେଣ୍ଟକୁ ଉଡ଼ାଜାହାଜରେ ନେଇଥିଲେ । ଯେଉଁଥିପାଇଁ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ କାଶ୍ମୀରକୁ ଅକ୍ତିଆର କରିବା ପାଇଁ ସକ୍ଷମ ହୋଇନଥିଲା । ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ‘ଆତ୍ମନିର୍ଭର ଭାରତ’ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ମାତ୍ର ୬୦ ବର୍ଷ ପୂର୍ବେ ବିଜୁ ବାବୁ ଆତ୍ମନିର୍ଭର ସ୍ୱପ୍ନ ଦେଖି ସୁନାବେଡାରେ ହିନ୍ଦୁସ୍ତାନ ଏରାନୋଟିକ୍ସ ଲିମିଟେଡ (ଏଚଏଏଲ) ସ୍ଥାପନ କରିଥିଲେ । ତୃତୀୟରେ ସେ ତିନୋଟି ଦେଶ ଯଥା ରୁଷିଆ, ଇଣ୍ଡୋନେସିଆ ଓ ଭାରତର ସ୍ୱାଧୀନତା ସଂଗ୍ରମାରେ ଭାଗ ନେବା ସହିତ ଲଢେ଼ଇରେ ସାମିଲ ହୋଇ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଥିଲେ ।

Related Articles

Leave a Reply

Your email address will not be published.

Back to top button