ରାଜ୍ୟରେ ରେମଡେସିଭିର ଅଭାବ: ଡ୍ରଗ୍ସ କଣ୍ଟ୍ରୋଲର
ଭୁବନେଶ୍ୱର : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟରେ ରେମଡେସିଭିର ଅଭାବ ରହିଛି । ଏନେଇ ସୂଚନା ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଦାସ । ସେ କହିଛନ୍ତି ଯେ, ଏପ୍ରିଲ ୨୧ରୁ ୩୦ ଯାଏ ୨୧ ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି । ଦୈନିକ କିଛି କିଛି ରେମଡେସିଭିର ଭାଏଲ ମିଳୁଛି । ଗତକାଲି ୯୧୨ ଭାଏଲ ମିଳିଛି । ଆମେ ଯାହା ପାଉଛୁ ଘରୋଇ ହସ୍ପିଟାଲକୁ ଦେଉଛୁ । ଘରୋଇ ମେଡିସିନ ଦୋକାନୀ ରେମଡେସିଭିର ରଖିପାରିବେ ନାହିଁ । ତେବେ ଫାବି ଫ୍ଲୁ ଅଭାବ ନାହିଁ । ଫାବି ଫ୍ଲୁ ରାଜ୍ୟରେ ଚିହ୍ନଟ ଘରୋଇ ମେଡିସିନ ଦୋକାନରେ ମିଳିପାରିବ ବୋଲି ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଦାସ କହିଛନ୍ତି ।