ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ

ନୂଆଦିଲ୍ଲୀ: ଏଥର ବି ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଲଗାତାର ତୃତୀୟ ବର୍ଷ ପାଇଁ ମୌସୁମୀ ସ୍ୱାଭାବିକ ରହିବ ବୋଲି ପାଣିପାଗ ସଂସ୍ଥା ସ୍କାଇମେଟ ପୂର୍ବାନୁମାନ କରିଛି । ସ୍କାଇମେଟ ରିପୋର୍ଟ ମୁତାବକ ଭାରତର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଏଥା ଜୁନରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ୧୦୩ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି ।

ଜୁନ ମାସରେ ୧୭୭ ମିମି ଏବଂ ଜୁଲାଇରେ ୨୭୭ ମିମି ବର୍ଷା ହେବ ବୋଲି ଅନୁମାନ କରାଯାଇଛି । ଅଗଷ୍ଟରେ ୨୫୮ ମିମି ଏବଂ ସେପ୍ଟେମ୍ବରରେ ୧୯୭ ମିମି ବର୍ଷା ହେବ ବୋଲି ସ୍କାଇମେଟ କହିଛି । ପ୍ରାରମ୍ଭିକ ସ୍ଥିତିରେ ପୂର୍ବ ଭାରତ ଏବଂ ମଧ୍ୟ ଭାରତରେ ମୌସୁମୀ ସ୍ୱାଭାବିକ ରହିବ ଏବଂ ଭଲ ବର୍ଷା ହେବ । ଜୁଲାଇରେ କର୍ଣ୍ଣାଟକ ଏବଂ ପଶ୍ଚିମ ରାଜସ୍ଥାନରେ ଅପେକ୍ଷାକୃତ କମ୍ ବୃଷ୍ଟିପାତ ହେବ । ତେବେ ଦେଶବ୍ୟାପୀ ଭଲ ବର୍ଷା ହେବ ଏବଂ ଏହା ସ୍ୱାଭାବିକ ବୃଷ୍ଟିପାତଠାରୁ ଅଧିକ ରହିବ ବୋଲି କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button