ଭୁବନେଶ୍ୱରରେ ପୁଣି କଟକଣା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦୋଳ ଓ ହୋଲି ପାଇଁ କଟକଣା ଜାରି କରାଯାଇଛି ।  କଟକଣା ସମ୍ପର୍କରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ତେବେ କ’ଣ ସବୁ କଟକଣା ଜାରି କରାଯାଇଛି ।

ସର୍ବସାଧାରଣ ସ୍ଥାନରେ ହୋଲି ପାଳନ କରାଯାଇ ପାରିବ ନାହିଁ। ଦୋଳ ମେଳଣରେ କଟକଣା, ପ୍ରତି ଠାକୁରଙ୍କ ପାଇଁ ୪/୫ ଜଣଙ୍କୁ ଅନୁମତି । ଗୋଟିଏ ସ୍ଥାନରେ ୬୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବନି। ଦୋଳ ବିମାନରେ ବି କଟକଣା । ଏକାଠି ୧୦ଟି ବିମାନ ଆସିବାକୁ ଅନୁମତି। ଅନ୍ୟପକ୍ଷରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ  କହିଛନ୍ତି ଯେ, ଭୁବନେଶ୍ୱରରେ ସ୍ଥିତି ଗମ୍ଭୀର ହୋଇନାହିଁ, ନିୟନ୍ତ୍ରଣରେ ରହିଛି ।  କିନ୍ତୁ ଗାଇଡଲାଇନ ନମାନିଲେ ସ୍ଥିତି ସଂଗୀନ ହୋଇପାରେ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button