ଭଡ଼ା ଲାଗିବ ତାଜମହଲ ସମେତ ୧୦୦ ପ୍ରସିଦ୍ଧ କୀର୍ତ୍ତିରାଜି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମୁଣ୍ଡରେ ରାଷ୍ଟ୍ରୀୟ ସମ୍ପତ୍ତି ବିକିବା ଓ ଭଡ଼ା ଦେବା ନିଶା ବସା ବାନ୍ଧିଛି । ଦେଶର ଏକାଧିକ ଲାଭକାରୀ ଶିଳ୍ପ ସଂସ୍ଥା, ରାଷ୍ଟ୍ରୀୟ ଉଦ୍ୟୋଗକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବା ପାଇଁ ଓ ବ୍ୟାଙ୍କ ଆଦିକୁ ଘରୋଇ କରଣ କରିବା ପାଇଁ ପଦକ୍ଷେପ ନେଇଥିବା ସରକାର ପୂର୍ବରୁ ଲାଲ କିଲ୍ଲା ଭଳି କିଛି ପ୍ରସିଦ୍ଧ କୀର୍ତ୍ତିରାଜିକୁ ଲିଜ୍ ସୂତ୍ରରେ ବା ଭଡ଼ାରେ ଘରୋଇ ସଂସ୍ଥାକୁ ଅର୍ପଣ କରିଛନ୍ତି । ଏବେ ଆଉ କେତେକ ସଂସ୍ଥାକୁ ଏଭଳି ଭଡ଼ାରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାର ୧୦୦ ଟିକିଆ ତାଲିକା ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

‘ବିରାସତ ଆପନାଏ’ ଯୋଜନାରେ ସରକାର ଏହି ପଦକ୍ଷେପ ନେଉଛନ୍ତି । ଏଥି ମଧ୍ୟରେ ଷ୍ଟାଡିୟମ, ରାଷ୍ଟ୍ରୀୟ ଉଦ୍ୟୋଗ, ଐତିହାସିକ କୀର୍ତ୍ତିରାଜି ରହିଛି । ଏ ବାବଦରେ ସରକାର ଅନୁ୍ୟନ ୨୫ ହଜାର କୋଟି ଟଙ୍କା ଆୟ କରିବା ଲକ୍ଷ୍ୟ ରଖିଛନ୍ତି । କ୍ରୀଡ଼ା, ସଂସ୍କୃତି ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କେଉଁ କେଉଁ ଜାତୀୟ ସମ୍ପତ୍ତି ଲିଜରେ ଦିଆଯିବ ସେ ସବୁର ତାଲିକା ପ୍ରସ୍ତୁତ କରାଯିବା ସହ ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନା ଅନୁସାରେ ତାଜମହଲ, କଙ୍ଗଡା ମହଲ, ମୁମ୍ବାଇର ବୌଦ୍ଧ କନେରୀ ଗୁମ୍ଫା, ଲୋଧି ଗାର୍ଡେନ, ଇନ୍ଦିରା ଗାନ୍ଧି ସ୍ପୋଟର୍ସ କମ୍ପ୍ଲେକ୍ସ , ମେଜର ଧ୍ୟାନଚାନ୍ଦ ନାସନାଲ ଷ୍ଟାଡିୟମ, ଡ.ଶ୍ୟାମ ପ୍ରସାଦ ମୁଖାର୍ଜୀ ସ୍ୱିମିଂ ପୁଲ କମ୍ପ୍ଲେକ୍ସ, ଜବାହାରଲାଲ ନେହେରୁ ଷ୍ଟାଡିୟମ ଇତ୍ୟାଦି ଲିଜ ଦିଆଯିବ । ବିଭିନ୍ନ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା, ଅନ୍ତରାଷ୍ଟ୍ରୀୟ କମ୍ପାନୀ ଏଗୁଡ଼ିକୁ ଲିଜରେ ନେବା ପାଇଁ ଉତ୍ସାହିତ ଥିବା ଜଣାପଡ଼ିଛି । 

Related Articles

Leave a Reply

Your email address will not be published.

Back to top button