ବିହାର ମଦ ମୃତ୍ୟୁ ମାମଲା

ଗୋଟିଏ ପରିବାରର ୯ ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ

ପାଟନା: ୨୦୧୬ ମସିହାର ବିହାରର ଗୋପାଳଗଞ୍ଜ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ମୃତ୍ୟୁ ଦଣ୍ଡ ମିଳିଛି । ସ୍ୱତନ୍ତ୍ର ଅବକାରୀ କୋର୍ଟ ଏହି ମାମଲାରେ ୪ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି ଏବଂ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି । ମୃତ୍ୟୁଦଣ୍ଡ ପାଇଥିବା ସମସ୍ତ ୯ ଜଣ ଗୋଟିଏ ପରିବାରର । ଉଲ୍ଲେଖଯୋଗ୍ୟ, ୨୦୧୬ ଅଗଷ୍ଟ ମାସରେ ବିହାରର ଗୋପାଳଗଞ୍ଜ ଜିଲ୍ଲା ଅଧୀନସ୍ଥ ଖରଜୁରବନି ଅଞ୍ଚଳରେ ବିଷାକ୍ତ ମଦ ପିଇ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୨ ଜଣଙ୍କ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଥିଲା । ବିହାରରେ ନୀତୀଶ କୁମାରଙ୍କ ସରକାର ମଦ ନିଷିଦ୍ଧ କରିବାର ୪ ମାସ ପରେ ଏହିଭଳି ଏକ ବିଭୀଷିକା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ପ୍ରଥମ ଥର ବିଷାକ୍ତ ମଦ ମୃତ୍ୟୁ ମାମଲାରେ ବିହାରରେ ଏତେ ଜଣଙ୍କୁ ମୃତ୍ୟୁ ଦଣ୍ଡ ମିଳିଛି । ଅତିରିକ୍ତ ଜିଲ୍ଲା ଜଜ ଲବକୁଶ କୁମାର ଏହି ଦଣ୍ଡାଦେଶ ଶୁଣାଇଥିଲେ ।

Related Articles

Leave a Reply

Your email address will not be published.

Back to top button