ପ୍ରବଳ ବର୍ଷା : ବୁଢାବଳଙ୍ଗରେ ବନ୍ୟା ସ୍ଥିତି

ଭୁବନେଶ୍ୱର : ବାତ୍ୟା ୟାସ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି  । ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି  । ଶିମିଳିପାଳରେ ବି ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି  । ଫଳରେ ବୁଢାବଳଙ୍ଗ ନଦୀରେ ଫ୍ଲାସ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି  । ଏନେଇ ଏସଆରସି ପ୍ରଦୀପ କୁମାର ଜେନା ସୂଚନା ପ୍ରଦାନ କରିଛନ୍ତି  ।  ଅପରପକ୍ଷରେ ବନ୍ୟା ଆଶଙ୍କା ଥିବାରୁ ନଦୀକୂଳିଆ ଅଂଚଳ ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି  । ସେଠାକାର ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି  । ସେହିପରି ଆଉ କେତେଘଂଟା ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି  । କାହିଁକିନା ଏବେ ବାତ୍ୟା ସେହି ଅଂଚଳରେ ସକ୍ରିୟ ରହିଛି  । କେତେକ ଅଂଚଳରେ ଜଳବନ୍ଦୀ ସ୍ଥିତି ବି ସୃଷ୍ଟିହୋଇଛି । ଆଜି ପୂର୍ଣ୍ଣିମା ଥିବାରୁ ସମୁଦ୍ର ପାଣି ନେଉନାହିଁ  । ପାଣି ନିଷ୍କାସନ ହେଉନଥିବାରୁ ଏଭଳି ପରିସ୍ଥିତି ହୋଇଛି  ।

Related Articles

Leave a Reply

Your email address will not be published.

Back to top button