ପୂବର୍ତନ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ବ୍ୟବହାରରେ ଚରମ ସୀମା ଟପିବାରେ ଲାଗିଛି । ଯାହାକୁ ପାରୁଛନ୍ତି ତୁ ତା କରି ଗାଳିଗୁଲଜ କରୁଛନ୍ତି । ଲୋକେ ନିଜ ସମସ୍ୟା ଜଣାଇବାକୁ ଆସିଲେ ସମାଧାନ ବଦଳରେ ଦେଖାଉଛନ୍ତି ଦବଙ୍ଗଗିରି । ଯାହା ଫଳରେ ସମଗ୍ର ଜିଲ୍ଲାବାସୀ ସରକାରୀ ବେତନ ଭୋଗୁଥିବା ଏହି ସରକାରୀ ଅଧିକାରୀଙ୍କ ପ୍ରତି ଖପ୍ପା ହେବାରେ ଲାଗିଛନ୍ତି । ଏମିତି ଏକ ଘଟଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାରୁଅ ବ୍ଲକର ପୂବର୍ତନ ସରପଞ୍ଚ ତଥା ବରିଷ୍ଠ ନାଗରିକ ଭାଗିରଥୀ ଜେନା ନିଜ ପଞ୍ଚାୟତର ସମସ୍ୟା ଜଣାଇବାକୁ ଆସିଥିବା ବେଳେ ତାଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଗତ ୩ ତାରିଖରେ ଶ୍ରୀ ଜେନା ଜିଲ୍ଲାପାଳଙ୍କ ନିକଟରେ ନିଜ ପଞ୍ଚାୟତ ଅଭିଯାେଗ ଜଣାଇବାକୁ ଯାଇଥିଲେ । ତାଙ୍କ ଅଭିଯାେଗ ଥିଲା ଗାଁ ପୋଖରୀରେ ବତ୍ତର୍ମାନ ସରପଞ୍ଚ ସୁଶୀଳ ରାଉତ ବେଆଇନ ଭାବେ ପଞ୍ଚାୟତ ପୋଖରୀରୁ ଜେସିବି ଲଗାଇ ମାଟି ଖୋଳୁଛନ୍ତି । ଏହି ଅଭିଯାେଗ ପାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ବଦଳେର ଜିଲ୍ଲାପାଳ ଅମୃତ ଋତୁରାଜ ନାଲିଆଖି ଦେଖାଇ କହିଥିଲେ ତୁ ମାଟି ବିକୁଥିବୁ ମୁଁ ଯାହା ଚାହିଁବି ତାହା କରିବି । ମୁଁ ଏ ଜିଲ୍ଲାର ମାଜିଷ୍ଟ୍ରେଟ । ତୁ ତା ଶବ୍ଦ ଶୁଣି ଶ୍ରୀ ଜେନା ପ୍ରତିବାଦ କରିବାରୁ ଜିଲ୍ଲାପାଳ ତାଙ୍କୁ ନାନା ଧମକ ଚମକ ଦେଇଥିଲେ । ସମ୍ପ୍ରତି ଏହି ଘଟଣାକୁ ସମଗ୍ର ଜିଲ୍ଲାରେ ନିନ୍ଦା କରାଯାଇଛି । ଜିଲ୍ଲାପାଳ ନିଜେ ନିଜ ଆଚରଣ ସୁଧାରିବାକୁ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button