ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ପିପିପି ମୋଡରେ ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର  କୋଭିଡ ହସ୍ପିଟାଲ କରାଯିବ ।  ହସ୍ପିଟାଲ ନିର୍ମାଣ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଭୁବନେଶ୍ୱରସ୍ଥ ସମ ହସ୍ପିଟାଲ ଏହାର ପରିଚାଳନା କରିବ ।  ଏଥିରେ ୪୦ଟି ଆଇସିୟୁ ସହ ୪ଟି ଭେଣ୍ଟିଲେଟର ବ୍ୟବସ୍ଥା ରହିବ ବୋଲି ସେ କହିଛନ୍ତି । ଏହାଛଡ଼ା ୨୩ ତାରିଖରୁ ଆରଟି-ପିସିଆର ଟେଷ୍ଟିଂ ଅଚଳ ଥିବା ଜିଲ୍ଲାପାଳ କହିଛନ୍ତି ।  ଆରଟି-ପିସିଆର ଟେଷ୍ଟିଂ ସେଣ୍ଟରରେ ତ୍ରୁଟି ଯୋଗୁଁ ଅଚଳ ଥିବା ଜିଲ୍ଲାପାଳ କହିଛନ୍ତି । ତେବେ ଜିଲ୍ଲାରେ ଆଣ୍ଟିଜେନ ଟେଷ୍ଟ ବଢାଇଛୁ । ଲକ୍ଷଣ ଥିଲେ ହସ୍ପିଟାଲରେ ଭର୍ତ୍ତି କରୁଛୁ  ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button