ପିପିଲି ଉପନିର୍ବାଚନ : ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

ପିପିଲି : ଉପନିର୍ବାଚନ ପାଇଁ ପିପିଲିରେ ଦଳୀୟ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଜେପି ତାର ପ୍ରାର୍ଥୀପତ୍ର ଦାଖଲ କରିଛି । ପିପିଲି ଉପନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି । ସମର୍ଥକଙ୍କ ଗହଣରେ ଏକ ବିଶାଳ ରାଲିରେ ଯାଇ ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟପଟେ ବିଜେଡି ଓ କଂଗ୍ରେସ ଏଯାଏଁ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି। ସୂଚନାଯୋଗ୍ୟଯେ, ୨୦୧୪ରେ ଆଶ୍ରୀତ ପିପିଲିରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ  । ସ୍ୱାଧୀନ ପ୍ରାର୍ଥୀ ହୋଇ ମଧ୍ୟ ସେ ୧୮ ହଜାର ଭୋଟ ପାଇଥିଲେ  । ଗତ ନିର୍ବାଚନରେ ସେ ବିଜେପିରୁ ଟିକେଟ ପାଇଥିବାବେଳେ ୭୨ ହଜାରରୁ ଅଧିକ ଭୋଟ ପାଇବାରେ ସମର୍ଥ ହୋଇଥିଲେ  । ତେବେ ବିଜେଡ଼ି ପ୍ରାର୍ଥୀ ଦିବଂଗତ ପ୍ରଦୀପ ମହାରଥି ୧୫ ହଜାର ଭୋଟରେ ଜିତିଥିଲେ  । ମହାରଥିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରାଯିବା ନିଶ୍ଚିତ ହୋଇଯାଇଛି । 

Related Articles

Leave a Reply

Your email address will not be published.

Back to top button