ପହିଲାରୁ ହେଲମେଟ ଚେକିଂ କଡ଼ାକଡ଼ି

ଭୁବନେଶ୍ୱର: ବିନା ହେଲମେଟରେ ବାଇକ ଚଳାଉଥିବା ଏବଂ ଗାଡ଼ି ପଛରେ ବସିଥିବା ଯାତ୍ରୀ ହେଲମେଟ ନ ପିନ୍ଧିଲେ ଏଣିକି ନିସ୍ତାର ନାହିଁ । କାରଣ ଏପ୍ରିଲ ୧ ରୁ ଏହି ନିୟମ ହେଲମେଟ କଡ଼ାକଡ଼ି ଭାବେ ଲାଗୁ କରିବା ଲାଗି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧ୍ୟୀକ୍ଷକ ଓ କମିସନରେଟ ପୁଲିସକୁ ଚିଠି ଲେଖିଛନ୍ତି । ଚଳିତ ବର୍ଷ ସଡ଼କ ସୁରକ୍ଷା ସପ୍ତାହ ପରିବେଶ ସୁରକ୍ଷା ମାସ ପାଳନ କରାଯାଇଥିଲା । ନିକଟରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଅଧିକାଂଶ ବାଇକ ଚାଳକ ଓ ସହଯାତ୍ରୀ ହେଲମେଟ ପିନ୍ଧୁ ନଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଥିଲା । ହେଲମେଟ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏପ୍ରିଲ ୧ ରୁ ଏହି ଅଭିଯାନ ଆରମ୍ଭ ହେବ । ଏକମାସ ବ୍ୟାପୀ ହେବାକୁ ଥିବା ଏହି ଅଭିଯାନରେ ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ ପିନ୍ଧିବାକୁ ଯେପରି ଅଭ୍ୟାସରେ ପରିଣତ କରିବେ ସେ ନେଇ ସତର୍କ ଓ ସଚେତନ କରାଯିବ । ଏହି ଅଭିଯାନରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏନଫୋର୍ସମେଣ୍ଟ ଅଧିକାରୀ ଓ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ ।

Related Articles

Leave a Reply

Your email address will not be published.

Back to top button