ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ: କ୍ରାଇମବ୍ରାଂଚ

ଭୁବନେଶ୍ୱର:ସୁପ୍ରିମକୋର୍ଟରେ ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତକୁ କ୍ରାଇମବ୍ରାଂଚର ବିରୋଧ । ମାମଲାର ତଦନ୍ତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଟିମ୍-ଏସଆଇଟି ଦ୍ୱାରା କରାଯାଇଛି । ତେଣୁ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି ସତ୍ୟପାଠରେ କହିଛି କ୍ରାଇମବ୍ରାଂଚ ପୋଲିସ । ୯୪ ପୃଷ୍ଠାର ସତ୍ୟପାଠ ଦାଖଲ କରି ପରୀର ମାଆ ସୌଦାମିନୀ ସାହୁଙ୍କ ଦ୍ୱାରା କରାଯାଇଥିବା ରିଟ୍ ପିଟିସନକୁ ଖାରଜ କରିବା ପାଇଁ ନିବେଦନ କରିଛି ରାଜ୍ୟ କ୍ରାଇମବ୍ରାଂଚ ।  ଏସଆଇଟି ଦ୍ୱାରା ତଥ୍ୟ, ପ୍ରମାଣ ଏବଂ ସାକ୍ଷର ବିବରଣୀ ସତ୍ୟପାଠରେ ଉଲ୍ଲେଖ ରହିଛି । ଏଥିରେ କୁହାଯାଇଛି ଯେ, ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବା ସହ ଅଭିଯୋଗ ଫର୍ଦ ଦାଖଲ ହୋଇଛି । ଓଡିଶା ହାଇକୋର୍ଟଙ୍କ ଦ୍ୱାରା ଏହି ହତ୍ୟାକାଣ୍ଡର ତଦନ୍ତକୁ ନିୟମିତ ଭାବେ ତଦାରଖ କରାଯାଉଥିଲା ବୋଲି କ୍ରାଇମବ୍ରାଂଚ ସତ୍ୟପାଠରେ ଦର୍ଶାଇଛି । ତେଣୁ ଆଉ କୌଣସି ତଦନ୍ତର ଆବଶ୍ୟକତା ନାହିଁ । ତେବେ ସବୁଠାରୁ ବଡ଼କଥା ହେଲା, ଏସଆଇଟି ଦ୍ୱାରା ଏହି ମାମଲାର ତଦନ୍ତ ବେଳେ ମନ୍ତ୍ରୀ ଅରୁଣ ସାହୁ କିମ୍ବା ବାବୁଲି ନାୟକଙ୍କ ସଂପୃକ୍ତି ନେଇ କୌଣସି ପ୍ରମାଣ ନାହିଁ ବୋଲି ଯାଂଚ ସଂସ୍ଥା କୋର୍ଟଙ୍କୁ ଜଣାଇଛି ।

Related Articles

Leave a Reply

Your email address will not be published.

Back to top button