ପତିତ ଜମି ଉଦ୍ଧାର ହେବ : ମୋଦି

ନୂଆଦିଲ୍ଲୀ: ଦେଶର ଆସନ୍ତା ୨୦୩୦ ସୁଦ୍ଧା ୨.୬ କୋଟି ହେକ୍ଟର ଜମିର ପୁନଃରୁଦ୍ଧାର ହେବ । ଏଥିସହିତ ଅନ୍ୟ ଦେଶମାନଙ୍କୁ ମଧ୍ୟ ପତିତ ଜମିର ପୁନଃରୁଦ୍ଧାର ପାଇଁ ବିକାଶଶୀଳ ଦେଶଗୁଡ଼ିକୁ ସହାୟତାର ହାତ ଭାରତ ବଢ଼ାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଜାତିସଂଘ ପକ୍ଷରୁ ଜମିର ଅବକ୍ଷୟ ଉପରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଡିଜିଟାଲ ମୋଡରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ବିଶ୍ୱର ଦୁଇ ତୃତୀୟାଂଶ ଅଞ୍ଚଳରେ ଭୂମି ଅବକ୍ଷୟଜନିତ ସମସ୍ୟା ଦେଖାଦେଇଛି । ଯଦି ଏହାକୁ ରୋକା ନଯାଏ ତା ହେଲେ ଏହା ଆମର ସମାଜ, ଅର୍ଥନୀତି, ଖାଦ୍ୟନିରାପତ୍ତା, ସ୍ୱାସ୍ଥ୍ୟ ଓ ଜୀବନର ମାନକୁ ପ୍ରଭାବିତ କରିବ । ତେଣୁ ଜମି ଏବଂ ଏହାର ସମ୍ପଦ ଉପରୁ ଚାପ କମାଇବା ପାଇଁ ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଗତ ୩୦ ବର୍ଷ ମଧ୍ୟରେ ଦେଶରେ ୩୦ ଲକ୍ଷ ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି କରାଯାଇଛି । ଏଥିଯୋଗୁଁ ଦେଶରେ ଜଙ୍ଗଲ ଅଞ୍ଚଳ ଦେଶର ମୋଟ ଆୟତନର ପାଖାପାଖି ଏକ ଚତୁର୍ଥାଂଶକୁ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button