ପଞ୍ଜାବ ଷ୍ଟ୍ରେନ ଆସିନି: ଆଇଏଲଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର: ଏପ୍ରିଲରେ ସଂକ୍ରମଣ ଶୀର୍ଷ ଛୁଇଁବା ଆକଳନ ଉପରେ ଆଇଏଲଏସ୍ ନିର୍ଦ୍ଦେଶକ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ପଜିଟିଭ ରେଟ ବଢ଼ୁଛି, କେଉଁ ଷ୍ଟ୍ରେନ ପାଇଁ ବଢ଼ୁଛି ଟେଷ୍ଟ ହେଲେ ଜଣାଯିବ । ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟକୁ ଗୁରୁତ୍ୱ ଦେଲେ ହ୍ରାସ କରିହେବ  । ପଞ୍ଜାବ ଷ୍ଟ୍ରେନ ଆସିନି, ଜିନମ୍ ସିକ୍ୟୁଏନ୍ସ ନହେବା ଯାଏଁ କିଛି କହି ହେବନି । ଡିସେମ୍ବର ଟେଷ୍ଟ ପୁନେରେ ହେଉଥିଲା, ଏବେ ଆଇଏଲଏସରେ ହେଉଛି । ଜାନୁଆରୀରୁ ମାର୍ଚ୍ଚର ୨୨୨ ସାମ୍ପଲର ଜିନମ ସିକ୍ୟୁଏନ୍ସ ଚାଲିଛି । ଆଉ ୨ ଦିନ ପରେ ରିପୋର୍ଟ ଆସିଲେ ରାଜ୍ୟର ସ୍ଥିତି ସମ୍ପର୍କରେ କହିହେବ । ପ୍ରବାସୀ ଓ ଡିସେମ୍ବର ପଜିଟିଭର ମୋଟ ୫ ପ୍ରତିଶତ ସାମ୍ପଲର ଟେଷ୍ଟ ଚାଲିଛି । ୨/୩ ଦିନ ମଧ୍ୟରେ ରିପୋର୍ଟ ଆସିଲେ ଓଡିଶା ଷ୍ଟ୍ରେନ ସମ୍ପର୍କରେ କହିହେବ ବୋଲି କହିଛନ୍ତି  ।

Related Articles

Leave a Reply

Your email address will not be published.

Back to top button