ନିଆଁ ଲିଭାଇଲେ ମହାରାଣୀ

ବାରିପଦା: ପ୍ରାୟ ୨ ସପ୍ତାହ ହେବ ନିଆଁର ଆଁରେ ଫସି ରହିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ଯେଉଁ ଅନୁପାତରେ ନିଆଁ ଲିଭୁଛି ତା’ଠୁ ଅଧିକ ବେଗରେ  ପୁଣି ନିଆଁ ବ୍ୟାପୁଛି। ଏହି ବିପତ୍ତିର ଅନ୍ତ ଘଟିବା ନାଁ ଧରୁନି। ଉତ୍ତର ଶିମିଳିପାଳର ୧୮ଟି ସ୍ଥାନରେ ଲାଗିଛି ନିଆଁ  ।  ନିଆଁ ଲିଭାଇବା କାର୍ୟ୍ୟରେ ୬ଟି ଅଗ୍ନିଶମ ବିଭାଗ ନିୟୋଜିତ ଥିବା ବେଳେ ୧୧ ଶହରୁ ଅଧିକ ବନ ସୁରକ୍ଷା କର୍ମୀ ଏବଂ କର୍ମଚାରୀ ନିୟୋଜିତ ଥିବା ନେଇ ସୂଚନା ମିଳିଛି ।

ସରକାରୀ ସ୍ତରରେ ଉଦ୍ୟମ ଜାରି ଥିଲେ ସୁଦ୍ଧା ଶିମିଳିପାଳକୁ ନିଆଁ କବଳରୁ ରକ୍ଷା କରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ  ଅଣ୍ଟା ଭିଡ଼ିଛନ୍ତି ମୟୂରଭଞ୍ଜ ମହାରାଣୀ।

Related Articles

Leave a Reply

Your email address will not be published.

Back to top button