ନାଇଟ କର୍ଫ୍ୟୁ କଡ଼ାକଡ଼ି ହେବ: ନବ ଦାସ

ଭୁବନେଶ୍ୱର:  ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା।  ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି ।  ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ   ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟରେ ନାଇଟ କର୍ଫ୍ୟୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।  ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏଁ କଡ଼ାକଡ଼ି କଟକଣା କରାଯାଇଛି ।  ଯିଏ ଛଚ୍ଛିଶଗଡ଼ରୁ ସୀମାବର୍ତ୍ତୀ ଜିଲ୍ଲାକୁ ଆସୁଛନ୍ତି । ଅନୁଧ୍ୟାନ କରାଯାଉଛି ।  ଜିଲ୍ଲାପାଳ ଓ ପୁଲିସ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ।  ଆଜି ଉନ୍ନୟନ କମିଶନର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଯାଇଛନ୍ତି । ମୁଖ୍ୟ ସଚିବ ବି ଯିବେ । ଔଷଧ, ବେଡ ଓ ଅକ୍ସିଜେନ ମହଜୁଦ ରହିଛି ।  ଯଦି ସଚେତନ ନହେବା ସ୍ଥିତି ଭୟଙ୍କର ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।  

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉନ୍ନୟନ କମିଶନର  ପଶ୍ଚିମ ଓଡ଼ିଶା ଯାଇଛନ୍ତି ।  ଉନ୍ନୟନ କମିଶନର ପ୍ରଥମେ ଝାରସୁଗୁଡ଼ାର ସ୍ଥିତି ବୁଲି ଦେଖିବା ପରେ ସୁନ୍ଦରଗଡ଼ ଯିବେ ।  ସୁନ୍ଦରଗଡ଼ରେ ବିଭିନ୍ନ ଅଧିକାରୀଙ୍କ ସହ ସମୀକ୍ଷା କରିବେ । ପ୍ରକାଶ ଯେ, ଏବେ ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି ।  ଦିନକୁ ଦିନ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସଚେତନତାମୂଳକଳ କାର୍ଯ୍ୟକ୍ରମ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗୁନାହିଁ । ଗତ କାଲି ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଆଉ ଏହି ବୈଠକରେ ସେ ପଶ୍ଚିମ ଓଡିଶା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେ ସଂକ୍ରମଣ ବ୍ୟାପି ଥିବାରୁ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କୁ ପଶ୍ଚିମ ଓଡିଶା ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରକାଶ ଯେ,  ରାଜ୍ୟରେ ଆଉ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୪୫୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୩୩୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୪ ହଜାର ୬୪୭କୁ ଛୁଇଁଛି।

Related Articles

Leave a Reply

Your email address will not be published.

Back to top button