ଦିଲ୍ଲୀରେ ଆଜିଠାରୁ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀରେ ଆଜିଠାରୁ ନାଇଟ କର୍ଫ୍ୟୁ କରାଯାଇଛି  ରାତି ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କରାଯିବ । ଅପ୍ରେଲ ୩୦ ପର୍ଯ୍ୟନ୍ତ ଏହା ବଳବତର ରହିବ  ଦିଲ୍ଲୀରେ କରୋନାର ଚତୁର୍ଥ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧି ପାଇବା ପରେ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି  ଅପରପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତିଯେ, ବର୍ତମାନର ସ୍ଥିତିରେ ଆମେ ଲକଡାଉନ ପାଇଁ ଚିନ୍ତା କରିନାହୁଁ  ସରକାର ସ୍ଥିତିର ଅନୁଧ୍ୟାନ କରୁଥିବାବେଳେ ସବୁଦିଗକୁ ଅନୁଶୀଳନ କରି ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ  ଏନେଇ ଜନସାଧାରଣଙ୍କ ମତାମତ ମଧ୍ୟ ଲୋଡ଼ାଯିବ ବୋଲି କେଜ୍ରିୱାଲ କହିଛନ୍ତି ।

ରାତ୍ର କାଳୀନ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ପାଇଁ କୌଣସି କଟକଣା ରହିବ ନାହିଁ । ବିଶେଷକରି ଟୀକା ପରିବହନ, ରାସନ, ପନିପରିବା, କ୍ଷୀର ଓ  ଔଷଧ ଆଦି ସ୍ୱତନ୍ତ୍ର ପାଶ ଥିଲେ ଅନୁମତି ମିଳିବ  ସେହିପରି ସାମ୍ବାଦିକମାନେ ମଧ୍ୟ କର୍ଫ୍ୟୁ ବେଳେ ଯାଇପାରିବେ 

Related Articles

Leave a Reply

Your email address will not be published.

Back to top button