ଦିଲୀପ ରାୟଙ୍କୁ କରୋନା

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ତାଙ୍କ ନମୁନା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ଦିଲୀପ ରାୟ ଲେଖିଛନ୍ତି, କୋଭିଡ୍‌-୧୯ର ପ୍ରାରମ୍ଭିକ ଲକ୍ଷଣ ଜଣାପଡ଼ିବା ପରେ ମୁଁ ପରୀକ୍ଷା କରାଇଲି ଏବଂ ତାହା ପଜିଟିଭ୍‌ ଆସିଛି ବୋଲି ଗତକାଲି ମିଳିଥିବା ରିପୋର୍ଟରୁ ଜାଣିଲି। ମୋର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ଏହା ବିଶେଷ ଚିନ୍ତାର ବିଷୟ ନୁହେଁ।କିନ୍ତୁ ସମସ୍ତଙ୍କୁ ମୋର ସବିନୟ ଅନୁରୋଧ, ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇର ଏହି ସଙ୍କଟଜନକ ପରିସ୍ଥିତିରେ କେହି ସତର୍କତାମୂଳକ ପଦକ୍ଷେପ ପରିହାର ନ କରନ୍ତୁ।

ଏକଥା ସତ ଯେ, ଆମେ ଟିକା ପାଇଛନ୍ତି, କିନ୍ତୁ ଏଯାବତ୍‌ ସମସ୍ତଙ୍କୁ ଟିକା ଦିଆଯାଇ ନାହିଁ। ‘ହର୍ଡ ଇମ୍ୟୁନିଟି’ ଆସିବା ସମୟସାପେକ୍ଷ ହୋଇଥିବାରୁ ଆମର ତଥା ଆମ ପ୍ରିୟପରିଜନଙ୍କ ସୁରକ୍ଷା ନିମନ୍ତେ ସତର୍କତା ଏବଂ ସୁରକ୍ଷାଭିତ୍ତିକ ପଦକ୍ଷେପ ସବୁ ଗ୍ରହଣ କରିବା ଉଚିତ। ଖୁବ୍‌ ଶୀଘ୍ର ମୁଁ ସୁସ୍ଥ ହୋଇଯିବି। ଡାକ୍ତରଙ୍କ ପରାମର୍ଶକ୍ରମେ ଏକାନ୍ତବାସ କରୁଛି। ବେପରୁଆ ନ ହୋଇ ହୁସିଆର୍‌ ରହିବାଲାଗି ଆପଣମାନଙ୍କୁ ଏଇଟା ମୋର ସୂଚନା ଓ ପରାମର୍ଶ। ଏବେ ବି କୋଭିଡ୍‌ ବିପଦ ରହିଛି।

Related Articles

Leave a Reply

Your email address will not be published.

Back to top button